ବଲାଙ୍ଗୀର, ୯।୨ : ବିଦ୍ୟୁତ ତାର ଲାଗି ଦୁଇ ଦାଦନ ଶ୍ରମିକ ମୃତ । ତାମିଲନାଡୁର ଏକ ପୋଏଟ୍ରି ଫାର୍ମ ରେ କାମ କରୁଥିବା ଦୁଇ ଜଣ ଦାଦନ ଶ୍ରମିକର ମୃତ୍ୟୁ ହୋଇଛି। ଶ୍ରମିକ ଦୁଇଜଣ ହେଲେ  ଟିଟିଲାଗଡ଼ ଥାନା ଅନ୍ତର୍ଗତ ଡଙ୍ଗରପଡା ଗାଁ ର ଅଭିରାମ କଟା ଓ ପୁଅ ଉତ୍ତମ କଟା। 

ଡଙ୍ଗରପଡା ଗାଁ ର ଅଭିରାମ କଟା ଓ ପୁଅ ଉତ୍ତମ କଟା କାମ ଅନ୍ବେଷଣରେ ତାମିଲନାଡୁ ଯାଇଥିଲେ। ସେଠାରେ ଏକ ପୋଏଟ୍ରି ଫାର୍ମରେ ଦାଦନ ଭାବେ କାମ କରୁଥିଲେ।ପୋଏଟି ଫାର୍ମ ନିକଟରେ ଏକ ବିଦ୍ୟୁତ ତାର ଯାଇଥିଲା। ଏହା ସଂସ୍ପର୍ଶରେ ବାପ-ପୁଅ ଆସିଯିବାରୁ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।  ଗାଁ କୁ ଉଭୟ ଶ୍ରମିକଙ୍କ ମୃତଦେହ ଆଣିବା ପାଇଁ ପରିବାର ଲୋକ ଦାବି କରିଛନ୍ତି।