ପାରଳାଖେମୁଣ୍ଡି, ୧୫/୫ : ୨ ମାସ ତଳେ ଯାଇଥିଲା ମାର ଜୀବନ। ବୁଧବାର ପୁଅ-ଝିଅଙ୍କୁ ବିଷ ଦେଇ ନିଜେ ପିଇଦେଇଥିଲେ ବାପା। କାଲି ଯାଇଥିଲା ପୁଅର ଜୀବନ। ଆଜି ଆଖି ବୁଜିଦେଲେ ବାପା-ଝିଅ। ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପାରଳାସାହିରେ ଏଭଳି ଲୋମଟାଙ୍କୁରା ସ୍ପର୍ଶକାତର ଘଟଣା ଘଟିଛି।
ସୂଚନାନୁଯାୟୀ, ବୁଧବାର ମଧ୍ୟାହ୍ନରେ ପାରଳାଖେମୁଣ୍ଡି ଅଞ୍ଚଳର ସୁଭାଶିଷ ପାଣିଗ୍ରାହୀ ତାଙ୍କ ୮ ବର୍ଷର ପୁଅ ଓ ୧୧ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଦେଇଥିଲେ। ସମ୍ପର୍କୀୟ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ପୁଅ ବିଜୟାନନ୍ଦର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ବାପା ଶୁଭାଶିଷ ଓ ଝିଅ ପ୍ରିୟଦର୍ଶିନୀ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସକାଳ ୭ଟାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ ନେଇ ଏପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି।
୨ ମାସ ତଳେ ସୁବାଶିଷଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ପାରିବାରିକ କଳହ ଓ ଜମିଜମା ବିବାଦରୁ ଅସନ୍ତୋଷ ଲାଗି ରହିଥିଲା। ଗତକାଲି ଅପରାହ୍ଣରେ ତିନିହେଁ ଘରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ସାହି ବାସିନ୍ଦା ପୁଲିସକୁ ଖବର ଦେଇଥିଲେ।
ଏହି ଖବରଟିକୁ ପଢନ୍ତୁ-ପୁଅ -ଝିଅକୁ ବିଷ ଦେଇ ବାପା ପିଇଲା ବିଷ, ପୁଅ ମୃତ