ପୁରୁଷୋତ୍ତମପୁର ,୨୮।୪  : ପାରିବାରିକ କଳହର କରୁଣ ପରିଣତି।   ବାପକୁ ପିଟିପିଟି ହତ୍ୟାକଲେ ଦୁଇ ପୁଅ ।  ଏଭଳି ଏକ ଅଭାବନୀୟ ଘଟଣା ପୁରୁଷୋତ୍ତମପୁର ଥାନା କୁଶପୁର ଗାଁରେ ଘଟିଛି ।  ମୃତକ ଜଣକ ହେଲେ ଗୋପାଳକୃଷ୍ଣ ସାହୁ। 

କୁଶପୁର ଗାଁର ଗୋପାଳକୃଷ୍ଣ ସବୁବେଳେ ତାଙ୍କ ସ୍ତ୍ରୀକୁ ମାରଧର କରୁଥିଲେ। ଏହାକୁ ୨ ପୁଅ ବାରଣ କରିଥିଲେ। ମା’କୁ କାହିଁକି ମାରପିଟ କରୁଛ ବୋଲି ୨ ପୁଅ  କହିଥିଲେ। ସୋମବାର ପୁଣି ଗୋପାଳ ନିଜ ସ୍ତ୍ରୀକୁ ମାରପିଟ କରିଥିଲେ।ଏଥିରେ ଉତ୍ତ୍ୟକ୍ତ ହୋଇ ୨ ପୁଅ ନିଜ ବାପାକୁ ପିଟି ପିଟି ମାରି ଦେଇଥିଲେ। ଖବର ପାଇଁ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇ ପଠାଇବା ସହ ୨ ପୁଅକୁ ଅଟକ ରଖିଛି।