ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ପାରିବାରିକ କଳହ : ବାପାକୁ ପିଟିପିଟି ମାରି ଦେଲେ ୨ ପୁଅ

Published By : Prameya | April 28, 2025 6:20 PM

ପୁରୁଷୋତ୍ତମପୁର ,୨୮।୪  : ପାରିବାରିକ କଳହର କରୁଣ ପରିଣତି।   ବାପକୁ ପିଟିପିଟି ହତ୍ୟାକଲେ ଦୁଇ ପୁଅ ।  ଏଭଳି ଏକ ଅଭାବନୀୟ ଘଟଣା ପୁରୁଷୋତ୍ତମପୁର ଥାନା କୁଶପୁର ଗାଁରେ ଘଟିଛି ।  ମୃତକ ଜଣକ ହେଲେ ଗୋପାଳକୃଷ୍ଣ ସାହୁ। 

କୁଶପୁର ଗାଁର ଗୋପାଳକୃଷ୍ଣ ସବୁବେଳେ ତାଙ୍କ ସ୍ତ୍ରୀକୁ ମାରଧର କରୁଥିଲେ। ଏହାକୁ ୨ ପୁଅ ବାରଣ କରିଥିଲେ। ମା’କୁ କାହିଁକି ମାରପିଟ କରୁଛ ବୋଲି ୨ ପୁଅ  କହିଥିଲେ। ସୋମବାର ପୁଣି ଗୋପାଳ ନିଜ ସ୍ତ୍ରୀକୁ ମାରପିଟ କରିଥିଲେ।ଏଥିରେ ଉତ୍ତ୍ୟକ୍ତ ହୋଇ ୨ ପୁଅ ନିଜ ବାପାକୁ ପିଟି ପିଟି ମାରି ଦେଇଥିଲେ। ଖବର ପାଇଁ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇ ପଠାଇବା ସହ ୨ ପୁଅକୁ ଅଟକ ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.