ପରଜଙ୍ଗ,୧୧/୭: ବୋହୁକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଛି। ବୋହୂ ଗୁରୁତର ହୋଇଛନ୍ତି। ପରଜଙ୍ଗ ଥାନା କୁଆଳ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏପରି ଅଘଟଣ ଘଟିଛି। ଗାଁରେ ରହୁଥିବା ଜଳଧର ସାହୁ(୬୦)ଙ୍କର ମୃତ୍ୟୁ ହୋଇଛି। ବୋହୂ ଲିପି ସାହୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଘର ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଲଗା ଶୁଖାଇବାକୁ ତାର ବନ୍ଧା ଯାଇଥିଲା। ସେଥିରେ ବୋହୂ ଲିପିକା ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ବୋହୂକୁ ଉଦ୍ଧାର କରିବାକୁ ଯାଇ ଶ୍ୱଶୁର ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ପରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶ୍ୱଶୁର ଜଳଧରଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ବୋହୂ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।