ବଣାଇ, ୩୧/୦୮: ବଣାଇଁ ବନଖଣ୍ଡ ଅଧୀନ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଘୁଷୁରା ଜଙ୍ଗଲରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହେଇ ପଡିଛନ୍ତି । ବନ ବିଭଗ କର୍ମଚାରୀ  ଘଟଣା ସ୍ଥଳରେ ପହଞ୍ଚି ପାଦଚିହ୍ନକୁ ଦେଖି  ତଦନ୍ତ ଆରମ୍ଭ କରିଛନ୍ତି । ଏହା ବାଘର ପାଦଚିହ୍ନ ନା ଅନ୍ୟ କୌଣସି ଜନ୍ତୁର ପାଦ ଚିହ୍ନ ସେ ନେଇ ବନବିଭାଗ ବିଶେଷଜ୍ଞ ଦଳର ସହାୟତା ଲୋଡିଛି l 

ସୂଚନା ମୁତାବକ, କିଛିଦିନ ତଳେ ଏହି ବନଖଣ୍ଡର ସୋଲ ବନାଞ୍ଚଳରେ ବୁଲୁଥିବା ମହାବଳ ବାଘ ଭୟ ଏବେ ଚର୍ଚ୍ଚାରେ ଥିବା ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ବନବିଭାଗ ପ୍ରାରମ୍ଭିକ ତଦନ୍ତରୁ ଏହି ପାଦ ଚିହ୍ନ ଏକ ହିଂସ୍ର ଜନ୍ତୁର ହୋଇପାରେ ବୋଲି କହିଛି। ତେବେ ଜଙ୍ଗଲ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।