ଭୁବନେଶ୍ବର, ୩୦/୧ : ଫେବ୍ରୁଆରୀ ୧୭ରୁ ବିଧାନସଭାର ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୨୦ରେ ଆସିବ ରାଜ୍ୟ ବଜେଟ୍ । ବଜେଟ୍ ଅଧିବେଶନରେ ରହିଛି ୨୯ଟି କାର୍ଯ୍ୟ ଦିବସ । ଫେବ୍ରୁଆରୀ ୧୭ରୁ ୨୪ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ମାର୍ଚ୍ଚ ୯ରୁ ଏପ୍ରିଲ୍ ୮ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ । ତେବେ ଏଥର କଣ ଶସ୍ତା ହେବ ଏବଂ କଣ ମହଙ୍ଗା ହେବ ଏହା ଉପରେ ସମସ୍ତଙ୍କ ନଜର ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସରକାର କେଉଁ ଦିଗରେ ଅଧିକ ଫୋକସ କରୁଛନ୍ତି ତାହା ମଧ୍ୟ ଦେଖିବାକୁ ବାକି ରହିଛି । ସେପଟେ ଆସନ୍ତା ରବିବାର କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି ।

ଏହାସହ ପଢ଼ନ୍ତୁ : କୃଷ୍ଣଚନ୍ଦ୍ର ପାତ୍ରଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା : ସଞ୍ଜୟ ପଚାରିଲେ ଏହି ପ୍ରଶ୍ନ