ଭୁବନେଶ୍ବର, ୩୦/୧ : ବିଜେଡି ନେତା ସଞ୍ଜୟ ଦାଶବର୍ମାଙ୍କ କଡ଼ା ପ୍ରଶ୍ନ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ପଚାରିଛନ୍ତି ଏକାଧିକ ପ୍ରଶ୍ନ । ସେ କହିଛନ୍ତି କି, ଏ ଘଟଣାକୁ ଗୁରୁତର ଭାବରେ ନିଅନ୍ତୁ ଗୃହ ମନ୍ତ୍ରୀ । କାହିଁକି ଏଭଳି ଘଟିଲା ? ଏହା ପଛର ମୁଖ୍ୟ କାରଣ କଣ ? କିଭଳି ହେଲା ? ଏଲଭି ଅନେକ ପ୍ରଶ୍ନ ସେ ପଚାରିଛନ୍ତି । କହିଛନ୍ତି କି, ସରକାର ଏ ଘଟଣାକୁ ଗୁରୁତର ନେବା ସହ ତଦନ୍ତ ଜୋରଦାର କରନ୍ତୁ ।

ଏହାସହ କହିଛନ୍ତି କି, ପ୍ରାରମ୍ଭିକ ଭାବରେ ସୂଚନା ଅନୁସାରେ ବିଦ୍ୟୁତ ଆଘାତରୁ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଯଦି ଏଭଳି ହୋଇଛି ଏହା ତଦନ୍ତ ପରିସରଭୁକ୍ତ ହେବ । ଏଥିରେ କିଏ ତଦନ୍ତ ପରିସରଭୁକ୍ତ ହେବେ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ଗଣମାଧ୍ୟମ ଭେଟିବାକୁ ଚାହିଁ ରହିଛନ୍ତି । ସେମାନଙ୍କ ନିକଟରୁ ମଧ୍ୟ କିଛି ପ୍ରଶ୍ନର ମିଳିପାରନ୍ତା । କିନ୍ତୁ ଏହାକୁ ଅନୁମତି ମିଳିପାରୁନାହିଁ । ଯାହାକି ଘଟଣାକୁ ଆହୁରି ସନ୍ଦେହ ବଢ଼ାଇ ଦେଉଛି । ଏହାସହ ତାଙ୍କର ଚିକିତ୍ସା କିଏ କରିଥିଲେ ଡାକ୍ତରଙ୍କ ବୟାନ ନିଆଯାଉ। ସମସ୍ତ ବିଷୟକୁ ସାର୍ବଜନୀନ କରାଯାଉ। ଏହାସହ ଉଚ୍ଚ ତଦନ୍ତ କରାଯାଉ । କେବଳ ୟୁଡ଼ି କେସ କରି ବସି ପଡ଼ିଲେ ହେବ ନାହିଁ ବୋଲି ସଞ୍ଜୟ କହିଛନ୍ତି ।

ଏହାସହ ପଢ଼ନ୍ତୁ : ବିଶ୍ୱ ଦରବାରରେ ଓଡ଼ିଶାର ପଟ୍ଟଚିତ୍ର ପଦର୍ଶିତ, ୪୦ରୁ ଅଧିକ ଦେଶର ପ୍ରତିନିଧିଙ୍କୁ ଭେଟି ଦେଲେ ଭାରତ ନିର୍ବାଚନ ଆୟୋଗ