ଭୁବନେଶ୍ୱର, ୨୮।୭ : ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କର୍ଷତା ଓ ଏହାର ଅଗ୍ରଣୀ ଭୂମିକା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ୱର୍କଫୋର୍ସକୁ ଫେମିନା ୱିମେନ୍ ଆଚିଭର୍ସ ୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଛି । ଶନିବାର ଭାରତର ଅଗ୍ରଣୀ ମହିଳା ଭିତ୍ତିକ ପ୍ରତ୍ରିକା ଫେମିନା ପକ୍ଷରୁ ଆୟୋଜିତ ଫେମିନା ଆଚିଭର୍ସ ଆୱାର୍ଡ -୨୦୨୫ ସମ୍ମାନ ପ୍ରଦାନ ଉତ୍ସବରେ ସୋଆର ମହିଳା ୱର୍କଫୋର୍ସକୁ ଦୁଇଟି ସମ୍ମାନ ପ୍ରଦାନ କରାଯାଇଛି । 

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ନେତୃତ୍ୱ ନେଇ ସୋଆର ୱିମେନ୍ ୱର୍କଫୋର୍ସକୁ ‘ଏକ୍ସିଲେନ୍ସ ଇନ୍ ଏଜୁକେସ୍‌ନାଲ ଲିଡରସିପ୍‌’ ସମ୍ମାନ ପ୍ରଦାନ କରାଯାଇଥିଲା।  ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ରୁଚି ଭୂୟାଁ, ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତି ତ୍ରିପାଠୀ, ଡିନ୍ ପ୍ରଫେସର ସସ୍ମିତା ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର କମ୍ପ୍ୟୁଟର ସାଇନ୍‌ସେସ୍ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଣ୍ଡେଣ୍ଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଓ ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା ଏହି ସମ୍ମାନ ଗ୍ରହଣ କରିଥିଲେ । 

ସେହିପରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କର୍ଷତା ନେଇ ସୋଆ ଗ୍ରୁପ୍ ଅଫ୍ ହସ୍ପିଟାଲ୍‌ସର  ମହିଳା ଶାଖାକୁ ‘ଆଉଟଷ୍ଟାଣ୍ଡିଙ୍ଗ କଂଟ୍ରିବ୍ୟୁସନ୍ ଟୁ ୱିମେନ୍ ଏମ୍ପାୱାରମେଂଟ ଇନ୍ ଏଜୁକେସନ ଆଣ୍ଡ ହେଲ୍‌ଥ କେୟାର’ ସମ୍ମାନ ପ୍ରଦାନ କରାଯାଇଛି । 

ସୋଆ ପକ୍ଷରୁ ଚିଫ୍ ଫ୍ୟାସିଲିଟେଟିଙ୍ଗ ଅଫିସର ପ୍ରତିମା ରାଉତରାୟ, ସୋଆ ଫାର୍ମାସୀ ମୁଖ୍ୟ ଡକ୍ଟର ଜସ୍ମୀନ ପଣ୍ଡା, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୱାଲିଟି ବିଭାଗର ମୁଖ୍ୟ ପ୍ରଫେସର ଅରୋଲିପି ଦାସ, ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଇଂ ମନୋରମା ପରିଡ଼ା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିଜିଏମ୍ ପୁଷ୍ପାଞ୍ଜଳୀ ରାଉତ୍‌, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ  ମୀନତି ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ – ୨ର ନର୍ସିଂ ସୁ ସୁପରିଣ୍ଟେଣ୍ଡେଣ୍ଟ କମଳିନୀ ମଲ୍ଲିକ, ସୋଆ ରେଡିଓର ଇନ୍‌ଚାର୍ଜ ହନୀ ପଟ୍ଟନାୟକ, ସୋଆ ଫାର୍ମସୀର ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ, ସୋଆ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ପ୍ରଫେସର ସସ୍ମିତା ମହାନ୍ତି ଓ ପ୍ରଫେସର ସ୍ମିତା ସୁଚରିତା ମହାପାତ୍ର ଏବଂ ସୋଆ ଆଲୁମିନାଇର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା ଏହି ସମ୍ମାନ ଗ୍ରହଣ କରିଥିଲେ । 

ସେହିପରି ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ନେଇ ବିଶିଷ୍ଟ ସାହିତ୍ୟିକା ତଥା ସୋଆର ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡାଙ୍କୁ ‘ଏକ୍ସିଲେନ୍ସ ଇନ୍ ଲିଟରେଚର’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।  ଶିକ୍ଷା, ସ୍ୱାସ୍ଥ୍ୟ, ଚିକିତ୍ସା, କଳା, ସାହିତ୍ୟ, ବିଜ୍ଞାନ, ଗବେଷଣା, ବ୍ୟବସାୟ, କ୍ରୀଡ଼ା, ଫ୍ୟାଶନ୍‌, ସାମାଜିକ ନେତୃତ୍ୱ, ସମାଜ ସେବା, ଚଳଚ୍ଚିତ୍ର, ସାମ୍ବାଦିକତା, ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ପ୍ରାୟ ୨୫ ଜଣ ମହିଳାଙ୍କୁ ଫେମିନା ଆଚିଭର୍ସ ସମ୍ମାନ ପ୍ରଦାନ କରାଯାଇଥିଲା । 

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମେୟର ସୁଲୋଚନା ଦାସ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଏସ୍‌.ଏନ୍‌ଏମ୍ ଗ୍ରୁପ୍‌ର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜ୍ୟାକ୍ ଅଲିଭଲ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ରାଜର୍ଶୀ ଦାସ, ନିର୍ଦ୍ଦେଶିକା ତପତି ଦାସ, ଫେମିନାର ମ୍ୟାନେଜିଂ ଏଡିଟର ପ୍ରିମ୍‌ରୋଜ ମଂଟେରିଓ ଡି’ସୁଜା ତଥା ଟାଇମ୍ସ ଗ୍ରୁପର ଆସିଷ୍ଟାଂଟ ଭାଇସ୍ ପ୍ରେସିଡେଂଟ ତଥା ରିଜିଓନାଲ୍ ହେଡ୍ (ଇଷ୍ଟ) ବିମାନ ଦତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବଲିଉଡ୍ ଅଭିନେତା ଅମୋଲ୍ ପରାଶର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ୱିମେନ୍ ଆଚିଭର୍ସଙ୍କୁ ଅନ୍ୟ ଅତିଥି ମାନଙ୍କ ସହ ସମ୍ମାନିତ କରିଥିଲେ ।