ପ୍ରମୂଖ ଖବର
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ

Published By : Prameya | July 28, 2025 8:50 AM

ବାତୁମି ୨୮/୦୭: ଭାରତୀୟ  ଡବ୍ଲ୍ୟୁଜିଏମ୍‌ କୋନେରୁ ହମ୍ପି ଓ ଆଇଏମ୍‌  ଦିବ୍ୟା ଦେଶମୁଖଙ୍କ ମଧ୍ୟରେ ଚାଲିଥିବା  ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ର ଫାଇନାଲ୍‌  ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଛି । ରବିବାର ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’ ହେବା  ଫଳରେ ସ୍ଥିତି ୧-୧ରେ ବରାବର ରହିଛି ।  ଆଜି ଟାଇବ୍ରେକରେ ଫଳାଫଳ  ନିର୍ଣ୍ଣୟ ହେବ । ଟାଇବ୍ରେକ୍‌ରେ ୨ଟି ର‌୍ୟାପିଡ୍‌  ଗେମ୍‌ (୧୦ମିନିଟ୍‌ ଲେଖାଏଁ) ଖେଳାଯିବ ।  ଯଦି ମ୍ୟାଚ୍‌ ଟାଇ ରହେ, ତାହେଲେ ଆଉ ୨ଟି ର‌୍ୟାପିଡ୍‌ ଗେମ୍‌ (୫ମିନିଟ୍‌ ଲେଖାଏଁ)  ଅନୁଷ୍ଠିତ ହେବ । ଏଥିରେ ଫଳାଫଳ  ନବାହାରିଲେ ବ୍ଲିଜ୍‌ରେ ୨ଟି ଗେମ୍‌ (୩  ମିନିଟ୍‌ ଲେଖାଏଁ) ଖେଳାଯିବ । ଯଦି ମ୍ୟାଚ୍‌  ଅମୀମାଂସିତ ରହେ, ଫଳାଫଳ ବାହାରିବା ପର୍ଯ୍ୟନ୍ତ ବ୍ଲିଜ୍‌ ଗେମ୍‌ ଜାରି ରହିବ । 

ଦୁଇ ଭାରତୀୟ ହମ୍ପି ଓ ଦିବ୍ୟାଙ୍କ  ମଧ୍ୟରେ ଟାଇଟଲ୍‌ ଲଢ଼େଇର ପ୍ରଥମ ଗେମ୍‌  ଡ୍ର’ ରହିଥିଲା । ଆଜି ଦ୍ୱିତୀୟ କ୍ଲାସିକାଲ  ଗେମ୍‌ ଖେଳାଯାଇଥିଲା । ହମ୍ପି ଧଳା ଏବଂ  ଦିବ୍ୟା କଳା ଗୋଟିରେ ଖେଳିଥିଲେ ।  ପ୍ରତି ଗୋଟି ଚାଳନା ଉପରେ ସମସ୍ତଙ୍କ  ନଜର ରହିଥିଲା । ଏକଦା ଅଧିକ ସମୟ  ଅପଚୟ କରି ହମ୍ପି ଅଡ଼ୁଆରେ ପଡ଼ିଥିଲେ ।  ଦିବ୍ୟା ନିକଟରେ ଯଥେଷ୍ଟ ସମୟ  ରହିଥିବାରୁ ସେ ବାଜିମାତ୍‌ କରିବା ଆଶା  କରାଯାଉଥିଲା । ମାତ୍ର ହମ୍ପି ଚତୁରତାର  ସହ ଗୋଟି ଚାଳନା କରିଥିଲେ । ୩୧ତମ  ଗୋଟି ଚାଳନା ସୁଦ୍ଧା ଏକାଧିକ ଥର  ପୂର୍ବ ଗୋଟି ଚାଳନାରେ ପୁନଃରାବୃତ୍ତି  ହୋଇଥିଲା । ଫଳରେ ୩୪ତମ ଗୋଟି  ଚାଳନା ପରେ ଉଭୟ ଶେଷରେ ପଏଣ୍ଟ ଭାଗ କରିବାକୁ ନିଷ୍ପତ୍ତି ନେଇଥିଲେ । 

ଝୋନଗୀ ଜିତିଲେ ବ୍ରୋଞ୍ଜ 

ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ମ୍ୟାଚ୍‌ରେ  ଚୀନର ଟାନ୍‌ ଝୋନଗୀ ୧.୫-୦.୫ରେ ନିଜ  ଦେଶର ଲି ଟିଙ୍ଗଜିଙ୍କୁ ପରାସ୍ତ କରିଥିଲେ ।  ପ୍ରଥମ କ୍ଲାସିକାଲ ଗେମ୍‌ ଡ୍ର’ ରହିବା ପରେ  ଆଜି ଦ୍ୱିତୀୟ ଗେମ୍‌ରେ ଝୋନଗୀ ବିଜୟ  ହାସଲ କରିଥିଲେ । ଚେସ୍‌ ବିଶ୍ୱକପ୍‌ରେ  ଏହା ତାଙ୍କର ଦ୍ୱିତୀୟ ବ୍ରୋଞ୍ଜ ପଦକ । ପ୍ରଥମ  ସଂସ୍କରଣରେ ମଧ୍ୟ ସେ ବ୍ରୋଞ୍ଜ ଜିତିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.