ଟରଣ୍ଟୋ, ୧୨/୦୬: ଚଳିତ ବିଶ୍ୱକପ୍ର ଦ୍ୱିତୀୟ ଦିବସରେ ଆୟୋଜକ କାନାଡ଼ା ଘରୋଇ ଗ୍ରାଉଣ୍ଡ୍ରେ ବସନିଆ ଓ ହେର୍ଜେଗୋଭିନାକୁ ଭେଟିବ । କାନାଡ଼ା ଆୟୋଜକ ଭାବେ ବିଶ୍ୱକପ୍ ଖେଳୁଛି ।
ବସନିଆ ଓ ହେର୍ଜେଗୋଭିନା ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯାଉଛି । ପୂର୍ବରୁ ଦଳ କେବଳ ୨୦୧୪ ବିଶ୍ୱକପ୍ ଖେଳିଥିଲା। ୟୁଇଏଫଏ ପ୍ଲେ-ଅଫ୍ ସେମି ଫାଇନାଲ୍ରେ ଆୟର୍ଲ।ଣ୍ଡକୁ ୧-୧ (୪-୩) ପେନାଲ୍ଟି ସୁଟ ଆଉଟ୍ ଗୋଲ୍ରେ ହରାଇବା ପରେ ଫାଇନାଲ୍ରେ ଇଟାଲୀକୁ ୧-୧ (୪-୧) ଗୋଲରେ ପରାଜିତ କରି ବସନିଆ ଓ ହେର୍ଜେଗୋଭିନା ବିଶ୍ୱକପ୍ ଟିକେଟ୍ ହାସଲ କରିଥିଲା ।
କାନାଡ଼ା ଘରୋଇ ସମର୍ଥକଙ୍କ ଗହଣରେ ଖେଳୁଥିବାରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ। ମାତ୍ର ଦଳର ଭାଗ୍ୟ ବାୟର୍ନ ମ୍ୟୁନିକ୍ ଡିଫେଣ୍ଡର ଆଲଫୋନ୍ସୋ ଡେଭିସ, ଜୁଭେଣ୍ଟସ ଫରୱାର୍ଡ ଜନାଥନ ଡେଭିଡ୍, ମିଡ୍ ଫିଲ୍ଡର ଷ୍ଟିଫାନ ଇଷ୍ଟାକିସ ଓ ଡିଫେଣ୍ଡର ମୋଏଜ ବମ୍ବିଟୋଙ୍କ ଉପରେ ନିର୍ଭର କରିବ । କୋଚ ଜେସ ମାର୍ଶ ୪-୪-୨ ଫର୍ମରେ ଦଳ ପ୍ରସ୍ତୁତ କରିବେ । ମାର୍ଶଙ୍କ ଦଳ ୨୯ଟି ମ୍ୟାଚ ଖେଳି ମାତ୍ର ୫ଟିରେ ପରାଜିତ ହୋଇଛି । ୨୦୨୪ କୋପା ଆମେରିକା କପରେ କାନାଡ଼ା ସେମି ଫାଇନାଲ୍ରେ ପ୍ରବେଶ କରିଥିଲା । ଆସନ୍ତାକାଲି ବସନିଆ ଓ ହେର୍ଜେଗୋଭିନା କୁ ହରାଇ ପାରିଲେ କାନାଡ଼ାର ପ୍ଲେ-ଅଫ୍ ସ୍ୱପ୍ନ ଏକ ପ୍ରକାର ସାକାର ହୋଇ ପାରିବ ।
ଅଧିକ ପଢ଼ନ୍ତୁ :- FIFA World Cup 2026: ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲ୍ରେ ହରାଇଲା ମେକ୍ସିକୋ, କ୍ୱିନୋନ୍ସ ଦେଲେ ବିଶ୍ୱକପ୍ର ପ୍ରଥମ ଗୋଲ୍
ବିଶ୍ୱକପ୍ର ସବୁଠୁ ଦୁର୍ବଳ ମନେ ହେଉଥିବା ଗ୍ରୁପ୍-ବି’ରେ ବସନିଆ ଓ ହେର୍ଜେଗୋଭିନା ପ୍ରଥମ କରି ନକ୍ ଆଉଟ୍ରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଇଟାଲୀ ଭଳି ଦଳକୁ ହରାଇ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଥିବାରୁ ଦଳର ମନୋବଳ ଊଦ୍ଧ୍ୱର୍ରେ ରହିଛି । ଏହି ଗ୍ରୁପ୍ରେ ଅନ୍ୟ ଦୁଇ ଦଳ ଭାବେ ସ୍ୱିଜରଲାଣ୍ଡ ଓ କତାର ରହିଛନ୍ତି । ସ୍ୱିଜରଲାଣ୍ଡ ଗ୍ରୁପ୍ ବିଜେତା ହେଲେ ମଧ୍ୟ ବସନିଆ ଓ ହେର୍ଜେଗୋଭିନା ଦ୍ୱିତୀୟ ସ୍ଥାନରେ ରହି ରାଉଣ୍ଡ-୩୨ରେ ପ୍ରବେଶ କରିପାରିବ ।
ଆଜି ସମସ୍ତଙ୍କ ନଜର ଏଡିନ ଜେକୋଙ୍କ ଉପରେ ରହିବ । ୪୦ବଷି ର୍ୟ ଜୋକୋ ୧୪୮ଟି ମ୍ୟାଚ ଖେଳି ୭୩ଟି ଗୋଲ୍ ସ୍କୋର କରିସାରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ସେ ୬ଟି ଗୋଲ୍ ଦେଇଥିଲେ । ତାଙ୍କ ବ୍ୟତୀତ ୨୧ ବର୍ଷୀୟ ପିଏସଭି ୱିଙ୍ଗର ଏଜମିର ବଜ୍ରକ୍ଟାରେଭିକ ଓ ଅଭିଜ୍ଞ ଡିଫେଣ୍ଡର ସିଡ କୋଲାସିନାକ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବା ଆଶା କରାଯାଉଛି ।