ନୂଆଦିଲ୍ଲୀ,୨୨/୦୬: ଫିଫା ବିଶ୍ୱକପ ୨୦୨୬ ଜାରି ରହିଛି । ବିଶ୍ୱକପ ଭିତରେ ଇରାନ ଟିମ୍ ମୈଦାନ ବାହାରେ ଏମିତି ଏକ ପଦକ୍ଷେପ ନେଇଛି, ଯାହାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଗତକାଲି ବେଲଜିୟମ ବିପକ୍ଷରେ ୦-୦ ଗୋଲରେ ମ୍ୟାଚ୍ ଡ୍ର କରିଥିଲା ଇରାନ ଟିମ୍ । ଏହାପରେ ଇରାନୀ ପ୍ଲେୟାର ଲସ୍ ଏଞ୍ଜଲେସରେ ସୋଫି ଷ୍ଟାଡିୟମର ଡ୍ରେସିଂ ରୁମରେ ଏକ ଇମୋସନାଲ ନୋଟ୍ ସେୟାର କରିଛନ୍ତି । ଯାହା ଦୁନିଆର ଫୁଟବଲ ପ୍ଲେୟାରଙ୍କୁ ଏବଂ ଫ୍ୟାନ୍ସଙ୍କୁ ଭାବୁକ କରିଛି ।

ଶାନ୍ତି ବାର୍ତ୍ତାରେ ଇରାନ ଟିମ୍ କେବଳ ଆୟୋଜକ ଟିମକୁ ଧନ୍ୟବାଦ ଦେଇନାହିଁ । ସନ୍ଦେଶରେ ତାର ଦେଶ, ସମର୍ଥକ ଏବଂ ବିଶ୍ୱ ଶାନ୍ତି ପାଇଁ ଭାବନା ଜାରି କରିଛି । ଇରାନ ଫୁଟବଲ ମହାସଂଘ ପରବର୍ତ୍ତୀ ସମୟରେ ଏହି ନୋଟକୁ ସାର୍ବଜନିନ କରିଛି । ଏହାପରେ ଇମୋସନାଲ ମେସେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନୋଟରେ ଲେଖାଯାଇଛି କି, ହଜାର ବର୍ଷ ପୁରୁଣା ପାରସରୁ ନେଇ ଆଜି ସଭ୍ୟ ଇରାନ ଯାଏ, ଇରାନର ଭାବନା ଆଜି ଜୀବିତ । ଲସ୍ ଏଞ୍ଜଲେସ୍ ଆୟୋଜନ ପାଇଁ ଧନ୍ୟବାଦ । ଆମେ ଗର୍ବିତ କି ଏଠାକୁ ଆସିଛୁ । ସମ୍ମାନର ସହିତ ଖେଳିଲୁ । ସମ୍ମାନର ସହ ବିଦାୟ ନେଇଛୁ । ଇରାନ ଟିମ୍ ତାର ପ୍ରଶଂସକଙ୍କ ପ୍ରତି କୃତଜ୍ଞତା ଜଣାଇଛି, ଯେଉଁମାନେ ଉଭୟ ମ୍ୟାଚ୍ ସମୟରେ ଷ୍ଟାଡିୟମକୁ ଘର ଭଳି ଅନୁଭବ କରାଇଥିଲେ। ଲସ୍ ଆଞ୍ଜେଲସ୍ ବିଶ୍ୱର ସବୁଠାରୁ ବଡ଼ ଇରାନୀ ସମ୍ପ୍ରଦାୟ ମଧ୍ୟରୁ ଗୋଟିଏର ଘର, ଏବଂ ଷ୍ଟାଣ୍ଡରେ ଏହାର ଉପସ୍ଥିତି ସ୍ପଷ୍ଟ ବାରି ହୋଇପଡୁଥିଲା । ଏହି ୧୮୦ ମିନିଟ୍ ମଧ୍ୟରେ ଆମକୁ ହୃଦୟ, ସ୍ୱର ଏବଂ ଆତ୍ମା ସହିତ ସମର୍ଥନ କରିଥିବା ପ୍ରତ୍ୟେକ ଇରାନୀଙ୍କୁ ଧନ୍ୟବାଦ ।

ଏହା ବି ପଢନ୍ତୁ...Explosion: ଇରାନ୍-ୟୁଏସ୍ ପିସ୍ଡିଲ୍ ଭିତରେ କତାରରେ ଭୟଙ୍କର ବିସ୍ଫୋରଣ, ୧୮ ନିଖୋଜ, ୫୮ ଆହତ  

ବିଶ୍ୱ ଦେଖିଲା ଇରାନ୍ ଯନ୍ତ୍ରଣା- ନୋଟରେ ବିଶ୍ୱ ପାଇଁ ଏକ ବିଶେଷ ବାର୍ତ୍ତା ମଧ୍ୟ ଥିଲା। ଏଥିରେ ଲେଖାଥିଲା, "ଆମେ କାମନା କରୁଛୁ ଯେ, ସମସ୍ତ ରାଷ୍ଟ୍ର ମଧ୍ୟରେ ଶାନ୍ତି, ସମ୍ମାନ ଏବଂ ବନ୍ଧୁତା ବଜାୟ ରହୁ।" ଏହି ଭାବପ୍ରବଣ ବାର୍ତ୍ତାରେ #୧୬୮ ଏବଂ #ମିନାବ ହ୍ୟାସ୍ ଟ୍ୟାଗ୍ ଲେଖିଛି । ଏଗୁଡ଼ିକ ଇରାନର ମିନାବ ସହରରେ ଏକ ସ୍କୁଲ ଉପରେ ହୋଇଥିବା ଆକ୍ରମଣକୁ ବୁଝାଏ, ଯାହା ସମଗ୍ର ଦେଶକୁ ଥରାଇ ଦେଇଥିଲା । ଏହି ଇମୋସନାଲ ନୋଟ୍‌ରେ, ଖେଳାଳିମାନେ ମଧ୍ୟ ନିଜ ଦେଶର ଯନ୍ତ୍ରଣାକୁ ବିଶ୍ୱ ସମ୍ମୁଖରେ ରଖିବାକୁ ଚେଷ୍ଟା କରିଛି ।

ଇରାନର ଫିଫା ବିଶ୍ୱକପ୍ ଅଭିଯାନ ସହଜ ନଥିଲା। ଆମେରିକାରେ ଯାତ୍ରା ପ୍ରତିବନ୍ଧକ ଯୋଗୁଁ ଦଳ 48 ଘଣ୍ଟାରୁ ଅଧିକ ସମୟ ପାଇଁ ଆମେରିକା ସୀମା ମଧ୍ୟରେ ରହିପାରିଲା ନାହିଁ। ଫଳସ୍ୱରୂପ, ଖେଳମାନଙ୍କୁ ଆମେରିକା ବଦଳରେ ମେକ୍ସିକୋର ତିଜୁଆନାରେ ସେମାନଙ୍କର ବେସ୍ କ୍ୟାମ୍ପ ସ୍ଥାପନ କରିବାକୁ ପଡିଲା । ପ୍ରତ୍ୟେକ ମ୍ୟାଚ୍ ପାଇଁ ଦଳକୁ ସୀମା ପାର ହୋଇ ଆମେରିକା ଯିବାକୁ ପଡିଲା।