ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଟ୍ରେନରେ ସିଟ୍ କୁ ନେଇ ବିବାଦରୁ ସଂଘର୍ଷ; ଜଣେ ମୃତ, ଜଣେ ଆହତ

Published By : Bijay Swain | February 4, 2025 10:56 PM

Image courtesy: indiatoday

ନୂଆଦିଲ୍ଲୀ: ଟ୍ରେନରେ ସିଟ୍ କୁ ନେଇ ବିବାଦ ଦେଖାବାରୁ ଏକ ଗୋଷ୍ଠୀର ଆକ୍ରମଣରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହାତ ହୋଇଥିବା ଜଣା ପଡିଛି। ଏହି ଘଟଣା ମହାରାଷ୍ଟ୍ରର ନନ୍ଦୁରବର ରେଳ ଷ୍ଟେସନରେ ଘଟିଥିବା ନେଇ ପୋଲିସ ମଙ୍ଗଳବାର ସୂଚନା ପ୍ରଦାନ କରିଛି। 

ରବିବାର ସନ୍ଧ୍ୟାରେ ଚେନ୍ନାଇ-ଯୋଧପୁର ଏକ୍ସପ୍ରେସ ଟ୍ରେନରେ ଏହି ଦୁର୍ଘଟଣା ଘଟିଥିବା ନେଇ ଅଧିକାରିମାନେ ସୂଚନା ପ୍ରଦାନ କରିଛନ୍ତି। ତେବେ ଏହି ଘଟଣା ପାଇଁ ପୋଲିସ ଜଣକୁ ଗିରଫ କରିବା ସହ ଜଣେ ନାବାଳକକୁ ଅଟକ ରଖିଛି।

ସୂଚନା ମୁତାବକ, ସୁମେର ସିଂ ଏବଂ ପାର୍ବତ ପରିହାର(୪୦) ନାମକ ଦୁଇ ଯୁବକ ଚେନ୍ନାଇରୁ ଟ୍ରେନ ଯୋଗେ ଯୋଧପୁର ଅଭିମୁଖେ ଯାତ୍ରା କରୁଥିଲେ। ଟ୍ରେନ ଭୁସୱାଲ ଷ୍ଟେସନରେ ପହଞ୍ଚିବା ପରେ ହଠାତ୍ ଜଣେ ଯାତ୍ରୀ ଟ୍ରେନରେ ଚଢି ଯୁବକଦ୍ୱୟ ବସିଥିବା ସିଟ ପାଇଁ ଦୁଇ ଜଣଙ୍କ ସହ ଝଗଡା କରିଥିଲେ। ତେବେ ଯୁବକ ଦ୍ୱୟ ଏଥିରେ ରାଜି ନହେବାରୁ ଅଭିଯୁକ୍ତ ଜଣଙ୍କ ଫୋନ କରି ନିଜ ସାଙ୍ଗ ମାନଙ୍କୁ ନନ୍ଦୁରବର ଷ୍ଟେସନକୁ ଡକାଇଥିଲେ। ଟ୍ରେନ ନନ୍ଦୁରବର ଷ୍ଟେସନରେ ପହଞ୍ଚିବା କ୍ଷଣି ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଯୁବକ ମାନେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଯୁବକ ଦ୍ୱୟ ଉପରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ଉଭୟ ଯୁବକଙ୍କୁ ଗୁରୁତର ଆଘାତ ଲାଗିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଆକ୍ରମଣ ଘଟାଇଥିବା ଯୁବକ ମାନେ କୌଶଳକ୍ରମେ ଖସି ପଳାଇଯାଇଥିଲେ। 

ତେବେ ଆହାତ ଯୁବକ ଦ୍ୱୟଙ୍କୁ ଉଦ୍ଧାର କରି ସ୍ଥାନିୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସୋମବାର ସକାଳୁ ସୁମେର ସିଂଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ଆହାତ ହୋଇଥିବା ଅନ୍ୟ ଯୁବକ ଜଣଙ୍କ ବର୍ତ୍ତମାନ ମୃତ୍ୟୁ ସହ ସଂଘର୍ଷ କରୁଥିବା ନେଇ ସୂଚନା ମିଳୁଛି। ତେବେ ରେଳବାଇ ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରିବା ସହ ଏହି ଘଟମାର ଛାନଭିନ କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.