ନୂଆଦିଲ୍ଲୀ ୧୩/୫: ମହିଳା‌ ଏଫ୍‌ଆଇଏଚ୍‌ ପ୍ରୋ ଲିଗର ୟୁରୋପ ଚରଣ ପାଇଁ ଭାରତୀୟ  ଦଳ ଘୋଷଣା ହୋଇଛି । ୨୪  ଜଣିଆ ଦଳରେ ଓଡ଼ିଶାରୁ ୩  ଜଣ ସ୍ଥାନ ପାଇଛନ୍ତି । ସେମାନେ  ହେଲେ ଜ୍ୟୋତି ଛତ୍ରୀ, ସୁନେଲିତା  ଟପ୍ପୋ ଓ ଆଜମିନା କୁଜୁର । ମିଡ୍‌ଫିଲ୍ଡର ସଲିମା ଟେଟେଙ୍କୁ ଦଳର ଅଧିନାୟିକା  ନିଯୁକ୍ତ କରାଯାଇଛି । ନଭନୀତ  କୌର ଉପ ଅଧିନାୟିକା ନିଯୁକ୍ତ  ହୋଇଛନ୍ତି । ଆସନ୍ତା ୧୪ରୁ ୨୯ ତାରିଖ ମଧ୍ୟରେ ଭାରତୀୟ  ଦଳ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା,  ବେଲଜିୟମ ଓ ଚୀନ ସହ  ଖେଳିବାର ସୂଚୀ ରହିଛି । ଅଷ୍ଟ୍ରେଲିଆ  ବିପକ୍ଷରେ ଆସନ୍ତା ୧୪ରୁ ଦଳ  ଅଭିଯାନ ଆରମ୍ଭ କରିବ ।