ଭୁବନେଶ୍ୱର,୧୦/୦୨: ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ଖେଳିବା ପାଇଁ ରବିବାର ଇଂଲଣ୍ଡ ମହିଳା ଦଳ ଭୁବନେଶ୍ୱର ପହଞ୍ଚିଛି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ଇଂଲଣ୍ଡ  ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । 

ଇଂଲଣ୍ଡ ଦଳ କଳିଙ୍ଗ ଷ୍ଟାଡିୟମ ହକି କମ୍ପେ୍ଲକ୍ସରେ ଆୟୋଜକ ଭାରତ ଓ  ନେଦରଲାଣ୍ଡ୍‌ସ ବିପକ୍ଷରେ ମୋଟ ୪ଟି ମ୍ୟାଚ୍‌  ଖେଳିବ । ଆସନ୍ତା ୧୫ ତାରିଖରେ ଭାରତ  ଓ ଇଂଲଣ୍ଡ ସାମ୍ନାସାମ୍ନି ହେବେ। ଏହାପରେ  ୧୬ ତାରିଖରେ ଉଭୟ ଦଳ ମଧ୍ୟରେ  ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ । ସେହିପରି  ଇଂଲଣ୍ଡ ଦଳ ୨୧ ଓ ୨୨ ତାରିଖରେ  ନେଦରଲାଣ୍ଡ୍‌ସକଚ ଭେଟିବ। ଚଳିତ ମହିଳା  ହକି ପ୍ରୋ ଲିଗ୍‌ରେ ଇଂଲଣ୍ଡ ୪ଟି ମ୍ୟାଚ୍‌ ଖେଳି ଗୋଟିଏ ଜିତିଥିବାବେଳେ ୩ଟିରେ  ପରାଜିତ ହୋଇଛି । ଭୁବନେଶ୍ୱରରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପଏଣ୍ଟ ତାଲିକାରେ ଉନ୍ନତି ଆଣିବାକୁ ପ୍ରସାଦ କରିବ ।  

ଦଳର ମୁଖ୍ୟ କୋଚ୍‌ ଡେଭିଡ୍‌ ରାଲ୍‌ଫ୍‌  କହିଛନ୍ତି, ଭୁବନେଶ୍ୱରରେ ଖେଳିବା ପାଇଁ  ଆମେ ବେଶ୍‌ ଉତ୍ସାହିତ ରହିଛି । ଆମେ  ଜାଣିଛୁ ଏଠାରେ ମ୍ୟାଚ୍‌ ଗୁଡ଼ିକ କଡ଼ା  ସଂଘର୍ଷ ହେବ । ଭାରତୀୟ ସମର୍ଥକଙ୍କ  ଗହଣରେ ଖେଳିବାକୁ ଆମ ଖେଳାଳିମାନେ  ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।