ସୁବର୍ଣ୍ଣପୁର, ୨୨/୦୨: ସରିଥିଲା ବାହାଘର । କନ୍ୟାକୁ ଧରି ମନ ଖୁସିରେ ଘରକୁ ଫେରୁଥିଲା ବର । ମାତ୍ର ଖୁସିରେ ଲାଗିଗଲା ଗ୍ରହଣ । ଆଧା ରାସ୍ତାରେ ବାଟ ଓଗାଳିଲା ପ୍ରେମିକ । ବର ମୁଣ୍ଡରେ ବନ୍ଧୁକ ଲଗାଇ ନବ ବିବାହିତାଙ୍କୁ ଧରି ମାରିଲା ଚମ୍ପଟ୍ । ଶିଶୁପାଳ ହୋଇ ଫେରିଲା ବିଚରା ବର । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରୁ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି । ​​​​​​​

 

ସୂଚନା ଅନୁଯାୟୀ, ବାଲାଙ୍ଗୀର ଜିଲ୍ଲା ଖୁଜେନପାଲି ଗାଁର ରିଙ୍କୁଙ୍କ ସହିତ ବୌଦ୍ଧ ଜିଲ୍ଲା କଣ୍ଟାମାଳର ଜଣେ ଯୁବତୀଙ୍କ ସହ ବୈଦିକ ରୀତିନୀତି ବିବାହ ହୋଇଥିଲା । ବିବାହ ପରେ ବର-ବଧୂ କଣ୍ଟାମାଳରୁ ଖୁଜେନପାଲିକୁ ଖୁସିରେ ଫେରୁଥିଲେ । ବର-କନ୍ୟାଙ୍କ ସହିତ ପରିବାର ଲୋକ ମଧ୍ୟ ଥିଲେ । ମାତ୍ର ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପ ନିକଟରେ ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି ମାରିଥିଲା ପ୍ରେମିକ । ୪ରୁ ୫ଜଣ ସହଯୋଗୀଙ୍କ ସହ ମିଶି ବର ଗାଡ଼ିକୁ ଅଟାକାଇଥିଲେ । ଆଉ ସିଧା ସିଧା ବର ମୁଣ୍ଡରେ ବନ୍ଧୁକ ଲଗାଇଥିଲା । ଏହାପରେ ନବବିବାହିତା କନ୍ୟାକୁ ଧରି ଛୁ ମାରିଥିଲା ପ୍ରେମିକ ।  ଏନେଇ ବର ଘର ପକ୍ଷରୁ ତରଭା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରୁଛି । ସେପଟେ ଶିଶୁପାଳ ହୋଇ ଘରକୁ ଫେରିଛି ବିଚରା ବର ।

ଅଧିକ ପଢ଼ନ୍ତୁ-"ସେବାର ଅନନ୍ୟ ଉଦାହରଣ 'ସ୍ନେହଲତା': ଗୋଶାଳାରେ ପାଳିଛନ୍ତି ୧୫୦ରୁ ଉର୍ଦ୍ଧ୍ୱ ଗୋରୁ, ଦୁଃସ୍ଥଙ୍କ ପାଇଁ ଆଶାର କିରଣ

​​​​​​​​​​​​​​