ନୂଆଦିଲ୍ଲୀ : ଆସାମର ମହିଳାଙ୍କ ଠାରେ ତାନ୍ତ୍ରିକ ଶକ୍ତି ଥିବାର ଦାବି କରୁଥିବା ଜଣେ ୟୁଟ୍ୟୁବରଙ୍କୁ ଏମିତି ଟିପ୍ପଣୀ କରିବା ମହଙ୍ଗା ପଡ଼ିଛି। ସୋସିଆଲ ମିଡ଼ିଆରେ ଆସାମର ଇତିହାସ ଓ ପରମ୍ପରା ଗୁଡ଼ିକ ଉପରେ ଭୁଲ୍‌ ସୂଚନା ପ୍ରଚାର କରିବା କାରଣରୁ ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ନେଇ ଡିଜିପି ଯାଏ ସମସ୍ତଙ୍କ ରାଡାରରେ ଥିଲେ। ଶନିବାର ୟୁଟ୍ୟୁବର ନିଜର କଥିତ ଟିପ୍ପଣୀ ପାଇଁ କ୍ଷମା ମାଗିଛନ୍ତି। ଏହାସହ ଆଶ୍ୱାସନା ଦେଇଛନ୍ତି କି ସେ ଆଗକୁ କୌଣସି ବି ତଥ୍ୟକୁ ସାର୍ବଜନିକ କରିବା ପୂର୍ବରୁ ଏହାର ସତ୍ୟାସତ୍ୟ ଜାଣିବେ। 

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି କି ୟୁଟ୍ୟୁବରଙ୍କର ନାଁ ଅଭିଷେକ କର। ସେ ନିଜର ୟୁଟ୍ୟୁବ ଚ୍ୟାନେଲର ବିବରଣୀରେ ନିଜକୁ ଜଣେ ବେପାରୀ , ନିବେଶକ ଓ ପରାମର୍ଶଦାତା କହିଛନ୍ତି।ପୁଲିସ ତାଙ୍କ ବିରୋଧରେ ୟୁଟ୍ୟୁବ୍‌ ଭିଡ଼ିଓରେ ଅପମାନଜନକ ଟିପ୍ପଣୀ କରିବା ଓ ଭୁଲ ସୂଚନା ପ୍ରସାର କରିବାର ମାମଲା ରୁଜୁ କରିଛନ୍ତି। ଏହାସହ ଏହି ମାମଲାରେ ଯାଞ୍ଚ ମଧ୍ୟ ଆରମ୍ଭ ହୋଇ ଯାଇଛି। ୟୁଟ୍ୟୁବର ଅଭିଷେକ ଏବେ କ୍ଷମା ମାଗି ନେଇଛନ୍ତି। ହେଲେ ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ( ସିଏମଓ) ଓ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ର ରାଡାରରେ ଥିଲେ। 

ପଡକାଷ୍ଟରେ ଅଭିଷେକ କରଙ୍କ ଦ୍ୱାରା କରାଯାଇ ଥିବା ଟିପ୍ପଣୀ ଉପରେ ଆସାମା ସରକାର ଅସନ୍ତୁଷ୍ଟ ହୋଇ ଥିଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମଓ) ଶୁକ୍ରବାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ ଏକ୍ସ’ରେ ଏକ ପୋଷ୍ଟ ଲେଖି ଥିଲେ , “ରିୟା ଅପ୍ରେତୀ ନାମକ ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ଭିଡ଼ିଓ ସାମନାକୁ ଆସିଛି। ଯେଉଁଥିରେ ଅଭିଷେକ କର ନାମକ ବ୍ୟକ୍ତି ଆସାମର ଇତିହାସ ଓ ପରମ୍ପରା ଉପରେ ଅସ୍ୱୀକାର୍ଯ୍ୟ ଟିପ୍ପଣୀ କରିବାର ଦେଖା ଯାଉଛି। ଭୁଲ ସୂଚନା ପ୍ରସାର କରିବା ପାଇଁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ କରାଯାଇ ପାରେ। ”

ଏହା ଉପରେ ପ୍ରତିକ୍ରିୟା ଦେଇ ପୁଲିସ ମହାନିର୍ଦ୍ଦେଶକ ଜିପି ସିଂହ କହିଛନ୍ତି କି, ୟୁଟ୍ୟୁବରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ। ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ସିଆଇଡି) ମୁନ୍ନା ପ୍ରସାଦ ଗୁପ୍ତା ଶନିବାର କହିଛନ୍ତି କି, ଅଭିଯୁକ୍ତ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ଗୁପ୍ତା କହିଛନ୍ତି, ସେ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି। ଆମେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରି ଦେଇଛୁ।


ୟୁଟ୍ୟୁବର ଅଭିଷେକ କର ରିୟା ଅପ୍ରେତୀ ନାମକ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡ଼ିଓରେ ଆସାମର ଏକ ଗାଁ କଥା କହିଛନ୍ତି। ନିଜର ଭିଡ଼ିଓର ଏକ ଭାଗରେ ସେ ଦାବି କରିଛନ୍ତି କି ଆସାମରେ ଏକ ଏମିତି ଗାଁ ଅଛି , ଯେଉଁ ମୁଖ୍ୟ ରୂପେ ତାନ୍ତ୍ରିକ ପ୍ରଥା ଚାଲିଛି। ସେଠାରେ ମହିଳାଙ୍କ ଠାରେ ଏମିତି ଶକ୍ତି ହୋଇଥାଏ କି ସେ କୌଣସି ବ୍ୟକ୍ତିଙ୍କୁ ଛେଳି ଓ ପୁଣି ତାଙ୍କୁ ମଣିଷ କରି ପାରନ୍ତି। ଏହାପରେ ୟୁଟ୍ୟୁବରଙ୍କ ଉପରେ ଭୁଲ ସୂଚନା ପ୍ରସାର କରିବାର ଅଭିଯୋଗ ଲାଗିଲା ଏବଂ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଲା।