କଟକ,୧୨।୧୧ : ପୁଣି ଅଡୁଆରେ ପଡିଲେ ଅଭିନେତା ମନୋଜ ମିଶ୍ର। ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଲା ଓଡିଶା ଫିଲ୍ମ ଆଣ୍ଡ ଟେଲିଭିଜନ ଡ଼ାଇରେକ୍ଟର ଆସୋସିଏସନ।
ମନୋଜ ମିଶ୍ର ଓଡ଼ିଆ ସିନେମା ଜଗତ ସହିତ ଜଡିତ ଥିବା କଳାକାର ଓ ନିର୍ଦେଶକମାନଙ୍କ ଚରିତ୍ର ହନନ କରୁଥିବା ଅଭିଯୋଗ କରିଛି ଆସୋସିଏସନ। ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମରେ ଟୀକା ଟିପ୍ପଣୀ କରିବା ସହ ଅପମାନିତ କରିବା ଭଳି କଥା କହି ସମ୍ମାନହାନୀ କରୁଥିବା ନେଇ ଏତଲାରେ ଉଲେଖ କରିଛି ଆସୋସିଏସନ। ମନୋଜଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ଆସୋସିଏସନ।