କୋଲକାତା,୨୬।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ, ମମତା ବାନାର୍ଜୀଙ୍କ ଟିଏମ୍‌ସିର ପତନ ଆରମ୍ଭ ହୋଇଛି। ହାତରୁ ଖସି ଯାଇଛି ୧୫ ବର୍ଷର କ୍ଷମତା । ନିର୍ବାଚନ ପରାଜୟ ପରେ ତୃଣମୂଳ କଂଗ୍ରେସ ଦଳ ଭାଙ୍ଗିଯିବାର ରିପୋର୍ଟ ମଧ୍ୟରେ, ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଇଦରେ ଦେଇଥିବା ଏକ ବିବାଦୀୟ ବୟାନ ପାଇଁ ଅଡୁଆରେ ପଡ଼ିଛନ୍ତି। ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେବା ପାଇଁ ତାଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି। ସିଲିଗୁଡ଼ି ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପୂର୍ବରୁ ଓ ୨୦୨୫ ରେ ହିନ୍ଦୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି। ଏହାପରେ ନିର୍ବାଚନ ପୂର୍ବରୁ ସେ ହିନ୍ଦୁଙ୍କ ବିରୋଧରେ ବୟାନ ଦେଇଥିଲେ। ଜଣେ ଓକିଲ ଓ ବିଜେପି କର୍ମୀ ରିକି ଚାଟାର୍ଜୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି, ୨୦୨୫ ରେ ମଧ୍ୟ ସେ ମାମଲା ରୁଜୁ କରିଥିଲେ, କିନ୍ତୁ ସେତେବେଳେ ତାଙ୍କର କୌଣସି କଥା ଶୁଣାଯାଇନଥିଲା। ବଦଳରେ ତାଙ୍କୁ ପ୍ରତାରିତ କରାଯାଇଥିଲା।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ କୋଲକାତାର ବିଧାନନଗର ସାଇବର କ୍ରାଇମ୍ ପୁଲିସ ଷ୍ଟେସନରେ ବାନାର୍ଜୀଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି। ସୋମବାର ପୋଲିସର ଟିମ୍ ଟିଏମ୍‌ସି ମହାସଚିବ ଅଭିଷେକ ବାନାର୍ଜୀଙ୍କ ଘରେ ପହଁଞ୍ଚିଥିଲେ। ପୋଲିସ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବାସଭବନ ‘ଶାନ୍ତି ନିକେତନ’ରେ ପହଁଞ୍ଚିଥିଲେ। ପୋଲିସ ଟିମ୍‌ ଖାକି ୟୁନିଫର୍ମ ବଦଳରେ ସାଦା କପଡାରେ ଥିଲେ।  ଏହାର କିଛି ସମୟରେ ପରେ ଅଭିଷେକ ବାନାର୍ଜୀଙ୍କ ଘର ଆଗରେ ଥିବା ପୋଲିସ ଟିମର ବହୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଆହୁରି ପଢନ୍ତୁ : ଜାଣନ୍ତୁ ହୋଲ୍ଡିଂ ସେଣ୍ଟର କ'ଣ ? ଯେଉଁଠି ରହିବେ ଅବୈଧ ବାଂଲାଦେଶୀ