ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରାହୁଲ ଗାନ୍ଧୀଙ୍କ ନାଁରେ ଆସାମରେ ମାମଲା ରୁଜୁ, ଏହି ବୟାନକୁ ନେଇ ନିଆଗଲା ଆକ୍ସନ

Published By : Harapriya Biswal | January 19, 2025 4:35 PM

ନୂଆଦିଲ୍ଲୀ,୧୯।୧: ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିଲା। ନିକଟରେ ଦେଇଥିବା ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ରାହୁଲ ବିଧାନସଭା ନିର୍ବାଚନରେ ହୋଇଥିବା ପକ୍ରିୟାର ପାରଦର୍ଶିତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ରାହୁଲ କହିଥିଲେ,ତାଙ୍କର ଲଢେଇ  କେବଳ ବିଜେପି ଓ ଆରଏସଏସ୍ ସହ ନୁହେଁ, ବଂର ଇଣ୍ଡିଆନ୍ ଷ୍ଟେଟ୍ ସହ ରହିଛି। ତାଙ୍କର ଏହି ମନ୍ତବ୍ୟକୁ ନେଇ ରାହୁଲଙ୍କ ବିରୋଧରେ ଗୌହାଟିର ପାନ ବଜାର ପୋଲିସ ଷ୍ଟେସନ୍‌ରେ ଏଫ୍‌ଆଇଆର ରୁଜୁ ହୋଇଛି। ଏହି ଏଫ୍ଆଇଆର ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତାକୁ ବିପଦରେ ପକାଇବା ନେଇ ବିଏନ୍‌ଏସ୍‌ର ଧାରା ୧୫୨ ୧୫୨ ଓ ୧୯୭(୧) ଅନୁସାରେ ରୁଜୁ କରାଯାଇଛି। ରାହୁଲଙ୍କ ଏହି ବୟାନ ୧୫ ଜାନୁଆରୀରେ ଦିଲ୍ଲୀର କୋଟଲା ରୋଡ୍‌ରେ କଂଗ୍ରେସ ନୂତନ ମୁଖ୍ୟାଳୟ ଉଦଘାଟନ ସମୟରେ ଦେଇଥିଲେ।

ଅଭିଯୋଗକାରୀ ମନଜିତ୍ ଚେତିୟା ଅଭିଯୋଗ କରିଛନ୍ତି, ରାହୁଲଙ୍କ ବୟାନ ଫ୍ରି ସ୍ପିଚ୍‌ର ସୀମାକୁ ପାର କରି ଦିଆଯାଇଛି, ଯାହାଫଳରେ ସାର୍ବଜନୀକ ବ୍ୟବସ୍ଥା ଓ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବଡ଼ ବିପଦ ହୋଇପାରେ। ସେ କହିଛନ୍ତି, କଂଗ୍ରେସ ନେତାଙ୍କ ଶବ୍ଦ ରାଜ୍ୟର ଅଧିକାରକୁ ବେଆଇନ କରିବାର ଚେଷ୍ଟା ଥିଲା। ଏକ ବିପଦଜନକ କାହାଣୀ ତିଆରି କରାଯାଇଛି, ଯାହାକି ଅଶାନ୍ତି ଓ ବିଚ୍ଛିନ୍ନତାବାଦୀ ଭାବନାକୁ ବଢାଇପାରେ। ଚେତିୟା କହିଛନ୍ତି, ଏହି ଘୋଷଣା କରିବା ଯେ, ତାଙ୍କର ଲଢେଇ ଭାରତୀୟ ରାଜ୍ୟ ଗୁଡିକ ବିରୋଧରେ ରହିଛି। ଏଥିରେ ଅଭିଯୋଗ ଜାଣିଶୁଣି ଜପତାଙ୍କୁ ବିଧ୍ବଂସକ ଗତିବିଧି ଓ ବିଦ୍ରୋହ ପାଇଁ ଉକସାଇଛନ୍ତି।’ ଅଭିଯୋଗରେ କୁହାଯାଇଛି ରାହୁଲଙ୍କ ବୟାନକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବା ଦରକାର।

ଉଲ୍ଲେଖନୀୟ ଯେ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ପାର୍ଟିର ନୂଆ ମୁଖ୍ୟାଳୟର ଉଦଘାଟନ ପରେ କହିଥିଲେ ଭାରତର ନିର୍ବାଚନ ପ୍ରଣାଳୀରେ ଗମ୍ଭୀର ସମସ୍ୟା ରହିଛି। ରାହୁଲ ଗାନ୍ଧୀ ପାର୍ଟିର ନୂଆ ମୁଖ୍ୟାଳୟ ଇନ୍ଦିରା ଭବନରେ କଂଗ୍ରେସ ନେତାଙ୍କୁ ସମ୍ବୋଧିତ କରି କହିଛନ୍ତି,  ଏହା ଭାବନ୍ତୁ ନାହିଁ, ଆମେ ନିରପେକ୍ଷ ସ୍ଥିତିରେ ଯୁଦ୍ଧ କରୁଛୁ। ଯଦି ଆପଣ ଭାବୁଛନ୍ତି ଆମେ କେବଳ ବିଜେପି ନାମକ ରାଜନୈତିକ ସଂଗଠନ ଓ ଆରଏସଏସ୍ ସହ ଲଢୁଛୁ ତାହା ନୁହେଁ। ସେମାନେ ଆମ ଦେଶର ପ୍ରାୟ ସବୁ ସଂସ୍ଥାରେ କବଜା କରିନେଇଛି। ଆମେ କେବଳ ବିଜେପି, ଆରଏସ୍ଏସ୍‌ ସହ ନୁହେଁ, ବର ଇଣ୍ଡିଆନ୍ ଷ୍ଟେଟ୍‌ ସହ ମଧ୍ୟ ଲଢୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.