ନିମବାହାଳି,୫।୬: ଅଗ୍ନିକାଣ୍ଡରେ ଜଳିଗଲା ଟାୟାର ମରାମତି ଦୋକାନ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ବଳରାମପ୍ରସାଦ ଛକ ନିକଟରେ ଥିବା ମନୋଜ ସାହୁଙ୍କ ଟାୟାର ମରାମତି ଦୋକାନ ଅଗ୍ନିକାଣ୍ଡରେ ଜଳି ଯାଇଛି।
ତେବେ ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏଥିରେ ଲକ୍ଷାଧିକ ଟଙ୍କା ମୁଲ୍ୟର ଟିୟୁ, ଟାୟାର ଓ କମ୍ପ୍ରେସର ମେସିନ ପୋଡ଼ି ଯାଇଥିବା ଜଣାପଡ଼ିଛି। ଏନେଇ ଖବରପାଇ ଘଟଣାସ୍ଥଳରେ ହିନ୍ଦୋଳ ରୋଡ଼ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମାତ୍ର ସେତେବେଳକୁ ନିଆଁ ଅଧିକ ମାତ୍ରାରେ ବ୍ୟାପି କ୍ଷୟକ୍ଷତି ଘଟାଇ ସାରିଥିଲା।