ରଙ୍ଗେଇଲୁଣ୍ଡା, ୨୯/୧୧: ଚଳନ୍ତା କଣ୍ଟେନରରେ ଲାଗିଲା ନିଆଁ। ଫଳରେ ଜାତୀୟ ରାଜପଥରେ ଘଣ୍ଟାଏ କାଳ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କନିସି ହାଟସ୍ଥିତ ବୁଲୁ ଢାବା ସମ୍ମୁଖରେ ଏହି ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଶନିବାର ମଧ୍ୟାହ୍ନରେ ବୁଲୁ ଢାବା ସମ୍ମୁଖରେ ଏକ ୧୨ ଚକିଆ ଖାଲି କଣ୍ଟେନରର ସମ୍ମୁଖ ଭାଗରେ କୌଣସି କାରଣରୁ ନିଆଁ ଲାଗି ଅଧା ଗାଡ଼ି ପୋଡ଼ି ଯାଇଛି। ଘଟଣାସ୍ଥଳରେ କନିସି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା। ରାଜପଥରେ କଣ୍ଟେନର୍ ଜଳୁଥିବାରୁ ପ୍ରାୟ ଘଣ୍ଟାଏ କାଳ ରାସ୍ତା ଜାମ୍ ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।