ନୂଆଦିଲ୍ଲୀ,୨୬/୦୪: ରବିବାର (୨୬ ଏପ୍ରିଲ) ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ସ୍ବିସ୍ ଏୟାର ବିମାନ। ସ୍ୱିସ୍ ଇଣ୍ଟରନ୍ୟାସନାଲ୍ ଏୟାର ଲାଇନ୍ସ (SWISS) ବିମାନ LX147 ର ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ଫଳରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। କିନ୍ତୁ, ପାଇଲଟ୍ଙ୍କ ସମୟୋଚିତ ସଚେତନତା ଯୋଗୁଁ ଉଡ଼ାଣ ବାତିଲ କରାଯାଇଥିଲା, ଯାହା ଫଳରେ ଶହ ଶହ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଥିଲା।
ରିପୋର୍ଟ ଅନୁସାରେ, ସ୍ୱିସ୍ ଇଣ୍ଟରନ୍ୟାସନାଲ୍ ଏୟାର ଲାଇନ୍ସର ବିମାନ LX147, ଯାହାକି ଦିଲ୍ଲୀରୁ ଜୁରିଚ୍ ଅଭିମୁଖେ ଯାତ୍ରା କରିବାର ଥିଲା। ରନୱେରେ ପାଇଲଟ ବିମାନ ଉଡ଼ାଣ ଆରମ୍ଭ କରୁଥିଲେ। ସେହି ସମୟରେ, ବିମାନର ଗୋଟିଏ ଇଞ୍ଜିନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା ଏବଂ ଏଥିରେ ନିଆଁ ଲାଗିଗଲା। ପରିସ୍ଥିତିର ଗମ୍ଭୀରତାକୁ ବୁଝି ପାଇ ପାଇଲଟ୍ ତୁରନ୍ତ ଉଡ଼ାଣ ବାତିଲ କରିଥିଲେ।
ଅଧିକ ପଢ଼ନ୍ତୁ: ଭାରତୀୟ କାନ ଝୁମୁକା ପିନ୍ଧିଲେ ଇଟାଲି ପ୍ରଧାନମନ୍ତ୍ରୀ, ସୋସିଆଲ୍ ମିଡିଆରେ ସେୟାର କଲେ ସେଲ୍ଫି
ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ:
ଏହି ଘଟଣାରେ ଛଅ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି। ଅଘଟଣ ପରେ, ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଜରୁରୀକାଳୀନ ସ୍ଲାଇଡ୍ ବ୍ୟବହାର କରି ତୁରନ୍ତ ଏବଂ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଏୟାରଲାଇନ୍ସ ଅନୁଯାୟୀ, କିଛି ଯାତ୍ରୀଙ୍କୁ ସିଡ଼ି ବ୍ୟବହାର କରି ବାହାରକୁ ଅଣାଯାଇଥିଲା, କାରଣ ସେମାନେ ସ୍ଲାଇଡ୍ ବ୍ୟବହାର କରିପାରି ନଥିଲେ। ଏହି ପ୍ରକ୍ରିୟା ସମୟରେ ଏକ ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହୋଇଥିଲା, କିନ୍ତୁ କ୍ରୁ ସଦସ୍ୟମାନେ ସଫଳତାର ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଏୟାରବସ୍ A330 ବିମାନ LX147 ରାତି ୧:୦୮ ମିନିଟରେ ଉଡ଼ାଣ ଆରମ୍ଭ କରିବାର ଥିଲା କିନ୍ତୁ ଏହାର ଗୋଟିଏ ଇଞ୍ଜିନ୍ ବିଫଳ ହୋଇ ନିଆଁ ଲାଗିଯିବା କାରଣରୁ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ସୌଭାଗ୍ୟବଶତଃ, ବିମାନରେ ଥିବା ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ବିମାନଟିରେ ମୋଟ ୨୨୮ ଜଣ ଯାତ୍ରୀ ଏବଂ ଚାରି ଜଣ ପିଲା ଥିଲେ।
Delhi Airport says, "In the early hours of this morning, a full emergency was declared at Delhi Airport involving Swiss International Airlines flight LX 147 (DEL-ZRH) on Runway 28/10. All prescribed safety protocols were promptly executed, and passengers were safely evacuated.… pic.twitter.com/1MScVXrEhL
— ANI (@ANI) April 26, 2026
ବିବୃତ୍ତି ଜାରି କରିଛି ସ୍ୱିସ୍ ଏୟାରଲାଇନ୍ସ:
ଏକ ଅଫିସିଆଲ ବିବୃତ୍ତିରେ, SWISS ଏୟାରଲାଇନ୍ସ ନିଶ୍ଚିତ କରିଛି ଯେ ଦିଲ୍ଲୀରେ ଫ୍ଲାଇଟ୍ LX147 ସହିତ ଏକ ଅଘଟଣ ଘଟିଛି। ସମ୍ପୃକ୍ତ ବିମାନଟି ଏକ ଏୟାରବସ୍ A330 ଥିଲା। ଏଥିରେ ୨୨୮ ଜଣ ଯାତ୍ରୀ ଏବଂ ୪ ଜଣ ଶିଶୁ ଥିଲେ। ବିମାନ କମ୍ପାନୀ ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରିଛି। ବିବୃତ୍ତିରେ ବ୍ୟାଖ୍ୟା କରାଯାଇଛି ଯେ ଉଡ଼ାଣ ଭରିବାର କିଛି ସମୟ ପରେ ରାତି ପ୍ରାୟ ୧:୦୦ ସମୟରେ - ବିମାନର ଗୋଟିଏ ଇଞ୍ଜିନରେ ଏକ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ଫଳସ୍ୱରୂପ, ପାଇଲଟ୍ ସୁରକ୍ଷା ସତର୍କତା ସ୍ୱରୂପ ଉଡ଼ାଣକୁ ବନ୍ଦ କରି ବିମାନକୁ ଖାଲି କରିବାକୁ ନିଷ୍ପତ୍ତି ନେଇଥିଲେ। ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ବିମାନ କମ୍ପାନୀର ସ୍ଥାନୀୟ ଦଳ ଯାତ୍ରୀମାନଙ୍କୁ ସହାୟତା କରୁଛି ଏବଂ ସେମାନଙ୍କ ପାଇଁ ବିକଳ୍ପ ବିମାନ କିମ୍ବା ହୋଟେଲ ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ବିମାନ କମ୍ପାନୀ ସମସ୍ତ ଯାତ୍ରୀଙ୍କ ସହିତ ନିରନ୍ତର ଯୋଗାଯୋଗ ବଜାୟ ରଖିଛି ଏବଂ ଯଥାଶୀଘ୍ର ସେମାନଙ୍କ ପରବର୍ତ୍ତୀ ଯାତ୍ରା ପାଇଁ ବିକଳ୍ପ ପ୍ରଦାନ କରିବାକୁ କାମ କରୁଛି। SWISS ଏୟାରଲାଇନ୍ସ କହିଛି ଯେ ଏହି ଘଟଣାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ, ଏବଂ ବୈଷୟିକ ବିଶେଷଜ୍ଞମାନେ ବିମାନ ଯାଞ୍ଚ କରିବା ପାଇଁ ଦିଲ୍ଲୀ ଯିବେ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: କେବେ କେବେ ଟାର୍ଗେଟ ହୋଇଛନ୍ତି ଟ୍ରମ୍ପ? ୨୦୧୬ ରୁ ୨୦୨୪ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଥିବା ବିପଦର ସମ୍ପୁର୍ଣ୍ଣ ଟାଇମଲାଇନ