ପାଟନା,୧୮/୦୫: ଗତକାଲି ଏକ୍ସପ୍ରେସ୍ ଆଜି ଜଳିଲା ପାସେଞ୍ଜର ଟ୍ରେନ୍ । ସକାଳୁ ସକାଳୁ ବଡ଼ ଅଘଟଣ ଘଟିଛି । ବିହାରର ରୋହତାସ ଜିଲ୍ଲା ସାସାରାମ ରେଳ ଷ୍ଟେସନରେ ଆତଙ୍କ ଖେଳିଯାଇଛି । ଭାବୁଆ-ସାସାରାମ ଇଣ୍ଟରସିଟି ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଛି । ଫଳରେ ଷ୍ଟେସନ୍ ପରିସରରେ ଆତଙ୍କ ଖେଳିଯାଇଛି । ଜୀବନ ବିକଳରେ ଟ୍ରେନ୍ରୁ ଡେଇଁ ପଡିଛନ୍ତି ଯାତ୍ରୀ । ଏହି ସମୟରେ ଦଳାଚକଟା ସ୍ଥିତି ଉପୁଜିଛି । ଘଟଣା ସମୟରେ ଟ୍ରେନଟି ଫ୍ଲାଟଫର୍ମରେ ଛିଡା ହୋଇଥିଲା । ନିଆଁ ଲାଗିବା ମାତ୍ରେ ଯାତ୍ରୀ ଏବଂ ରେଳ କର୍ମାଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଜୀବନ ବଞ୍ଚାଇବାକୁ ଟ୍ରେନରୁ ଓହ୍ଲାଇ ପଡିଥିଲେ । କିଛି ସେକେଣ୍ଡ ମଧ୍ୟରେ ନିଆଁ ଗୋଟିଏ କୋଚକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରି ଦେଇଥିଲା । ଏହି ଘଟଣା ରେଳବାଇର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି କାରଣ ଗତକାଲି ତ୍ରିଭେନ୍ଦ୍ରମ୍ ସେଣ୍ଟ୍ରାଲ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ୨ଟି ବଗିରେ ନିଆଁ ଲାଗିଯାଇଥିଲା ।​​​​​​​

​​​​​​​ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡର ଆଶଙ୍କା- ଆରପିଏଫ ଇନ୍ସପେକ୍ଟର ସଞ୍ଜୀବ କୁମାର କହିଛନ୍ତି ଯେ, ବହୁତ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରାଯାଉଛି ଯେ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ । ତଥାପି, ଅଗ୍ନିକାଣ୍ଡର ସଠିକ୍ କାରଣ ଖୋଜା ଚାଲିଛି।  ରେଳ ପ୍ରଶାସନ ଏହି ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ କରିଛି ଏବଂ ଏକ ବୈଷୟିକ ଦଳ ନିୟୋଜିତ କରାଯାଇଛି । ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ । ତଥାପି, ଏହି ଘଟଣା ରେଳବାଇର ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇଛି । ପ୍ରଭାବିତ କୋଚକୁ ଅଲଗା କରି ଦିଆଯାଇଛି । ଯାତ୍ରୀମାନେ ନିୟମିତ ଯାଞ୍ଚ ଏବଂ ଟ୍ରେନଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉନ୍ନତ କରିବାକୁ ଦାବି କରିଛନ୍ତି ।

​​​​​​​

ଏହା ବି ପଢନ୍ତୁ...Rajdhani Express Fire: ହୁତୁ ହୁତୁ ହୋଇ ଜଳିଗଲା ରାଜଧାନୀ ଏକ୍ସପ୍ରେସ୍ର ୨ଟି ଏସି କୋଚ୍: ଯାତ୍ରୀ ଛାନିଆ, ରେଳମାର୍ଗ ବନ୍ଦ

କହି ରଖୁଛି କି, ଗତକାଲି ମଧ୍ୟପ୍ରଦେଶର ରତଲାମ୍ ଜିଲ୍ଲାରେ ତ୍ରିଭେନ୍ଦ୍ରମ୍ ସେଣ୍ଟ୍ରାଲ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ୨ଟି ବଗିରେ ନିଆଁ ଲାଗିଯାଇଥିଲା । ପ୍ରଭାବିତ ବଗିରେ ଥିବା ସମସ୍ତ ୬୮ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେମାନଙ୍କୁ ମାତ୍ର ୧୫ ମିନିଟ୍ ମଧ୍ୟରେ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ରବିବାର ଭୋର ପ୍ରାୟ ୩.୪୫ ମିନିଟ୍ରେ ରାଜଧାନୀ ଏକ୍ସପ୍ରେସ ରତଲାମ୍ ଜଙ୍କସନ୍ ଛାଡି଼ଥିଲା । ସକାଳ ୬.୪୫ ମିନିଟ୍ରେ ରାଜସ୍ଥାନର କୋଟା ଜଙ୍କସନ୍ ଏହାର ପରବର୍ତ୍ତୀ ଷ୍ଟପ୍ ଥିଲା । କିନ୍ତୁ ରାଜସ୍ଥାନରେ ପ୍ରବେଶ କରିବା କରିବା ପୂର୍ବରୁ ସକାଳ ପ୍ରାୟ ୫.୧୫ ମିନିଟରେ ମଧ୍ୟପ୍ରଦେଶର ବିକ୍ରମଗଡ଼ ଆଲୋଟ ଷ୍ଟେସନ ନିକଟରେ ରାଜଧାନୀ ଏକ୍ସପ୍ରେସର ଏକ ଏସି ୩ ଟାୟାର ବଗି(ବି-୧)ରେ ନିଆଁ ଲାଗିଯାଇଥିଲା । ପ୍ରାୟ ୨ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡର କାରଣ ସଂପର୍କରେ ଜାଣିବା ଲାଗି ରେଳବିଭାଗ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ।