ଖୋର୍ଦ୍ଧା, ୨୧/୦୮: ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା 'ଆମ ବସ୍'। ୧୬ନଂ ଜାତୀୟ ରାଜପଥ ଗଡ଼ ଖୋର୍ଦ୍ଧା ଛକ ନିକଟରେ 'ଆମ ବସ୍'ରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନାନୁଯାୟୀ, ଗୁରୁବାର ଏକ ଆମ ବସ୍ ଭୁବନେଶ୍ଵରରୁ ବାହାରି ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଗଡ଼ ଖୋର୍ଦ୍ଧା ଛକ ନିକଟରେ ଆମ ବସ୍ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବସ୍ରେ ଯାଉଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।...