ବ୍ରହ୍ମପୁର, ୨୭/୧୨: ଗେଟ ବଜାର ରେଡ୍ଡୀ ଗ୍ୟାରେଜ ନିକଟରେ ଥିବା ଇଭି ଗାଡି ଶୋ’ରୁମ୍ରେ ଲାଗିଲା ନିଆଁ । ସଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । କ୍ଷୟକ୍ଷତି ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳି ନାହିଁ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବ୍ରହ୍ମପୁର ଗେଟ ବଜାର ରେଡ୍ଡୀ ଗ୍ୟାରେଜ ନିକଟରେ ଥିବା ଇଭି ଗାଡି ଶୋ ରୁମ୍ରେ ସଟ୍ ସର୍କିଟ ହୋଇ ହଠାତ ନିଆଁ ଲାଗି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ କରିଛି। ତେବେ ଏହି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତି ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରି ନାହିଁ ।