ନୂଆପଡା, ୨୮/୦୯: ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ । ଜଳି ପୋଡି ନଷ୍ଟ ହେଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ନୂଆପଡ଼ା ଜିଲ୍ଲା ଜାତୀୟ ରାଜପଥ ୩୫୩ ଖଇରଭାଡି ଛକ ପାଖରେ ଏଭଳି ଘଟଣା ଘଟିଛି । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ କୋମନା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି।

ସୂଚନା ମୁତାବକ, ଗ୍ରୋସରୀ ସାମଗ୍ରୀରେ ଭର୍ତ୍ତି ଏକ ଟ୍ରକ୍ ରାୟପୁରରୁ ଆସୁଥିଲା । ଏହି ସମୟରେ ଜାତୀୟ ରାଜପଥ ୩୫୩ ଖଇରଭାଡି ଛକ ପାଖରେ ଟ୍ରକ୍‌ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ କୋମନା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି। ନିଆଁ ଲାଗିବା କାରଣରୁ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହାନ ଅଟକି ରହିଛି ।​​​​​​​