ଝାରସୁଗୁଡା,୧୮।୫(ଆପ୍ର):  କୋଇଲା ପରିବହନ ବେଳେ ରେଳ ଓ୍ବାଗନରେ ଲାଗିଲା ନିଆଁ। ବେଲପାହାଡ ଠାରେ  ରେଳ ଓ୍ବାଗନରେ ଲାଗିଛି ନିଆଁ।  ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଟ୍ରେନଟି ଏବେ ବେଲପାହାଡ ଷ୍ଟେସନ ପାଖରେ ଅଟକି ରହିଛି ।

ଏମସିଏଲର ବେଲପାହାଡ ଖୋଲାମୁହଁ କୋଇଲାଖଣିରୁ ରେଳ ଓ୍ବାଗନ ଯୋଗେ କୋଇଲା ପରିବହନ ହେଉଥିଲା।  ରାତ୍ରୀ ପ୍ରାୟ ସାଢେ ନଅଟା ସମୟରେ ବେଲପାହାଡ ଠାରେ ରେଳ ଓ୍ବାଗନରେ ନିଆଁ ଲାଗି ଯାଇଥିଲା । ଖବର ପାଇଁ  ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କୋଇଲା ବିଓସିଏମରୁ ରାୟପୁର ଏନଟିପିସି ପ୍ରକଳ୍ପକୁ ପରିବହନ ହେଉଥିଲା ।