ଫିରିଙ୍ଗିଆ,୮।୧୧ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ କମ୍ବା ସାହି ଗାଁର ସିନ୍ଧୁପାଣି କହଁରଙ୍କ ଘରେ ଓ ଗୁହାଳରେ ନିଆଁ ଲାଗି ଗୋଟିଏ ମଇଁଷି ପୋଡି ହୋଇ ମରିଯାଇଥିବା ବେଳେ ୩ଟି ଗୁରୁତର ହୋଇଛନ୍ତି।
ଶୁକ୍ରବାର ସିନ୍ଧୁପାଣି ଓ ତାଙ୍କ ପରିବାର ଘରେ ଶୋଇଥିବା ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା I ପରେ ଏହି ନିଆଁ ଗୁହାଳକୁ ବ୍ୟାପି ଯାଇଥିଲା। ଘରେ ନିଆଁ ଲାଗିଥିବା ଦେଖି ଫିରିଙ୍ଗିଆ ଦମକଳ ବାହିନୀଙ୍କୁ ପରିବାର ଲୋକ ଖବର ଦେଇଥିଲେ।ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ I ଗୁହାଳରେ ବନ୍ଧା ହୋଇଥିବା ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନୋଟି ମଇଁଷି ପୋଡି ହୋଇ ଗୁରୁତର ହୋଇଛନ୍ତି I ଏହାସହ ଘରେ ଥିବା ଅନେକ ଆସବାବପତ୍ର ସହ ଚାଉଳ ଧାନ ପୋଡି ନଷ୍ଟ ହୋଇଯାଇଛି I
ତେବେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ଘଟଣା ପରେ ଶନିବାର ରତଙ୍ଗ ଅତିରିକ୍ତ ରାଜସ୍ବ ନିରୀକ୍ଷକ ଦୀପ୍ତିରେଖା ଶାସମଲ ଅଗ୍ନି ବିପନ୍ନ ପରିବାର ଲୋକଙ୍କ ପାଖରେ ପହଂଚି ଏକ ଜରି ପାଲ ଯୋଗାଇ ଦେଇଛନ୍ତି I