ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମିତ୍ରଭାନୁ ବନରେ ଲାଗିଲା ନିଆଁ

Published By : Suraj Kumar | February 5, 2025 9:18 PM

କେନ୍ଦୁଝର ସଦର,୫/୬(ଆପ୍ର) ; କେନ୍ଦୁଝର ଜିଲ୍ଲା ସଦର ବନାଞ୍ଚଳ ଅନ୍ତର୍ଗତ କେନ୍ଦୁଆ ବଡପଶି ମିତ୍ରଭାନୁ ବନରେ  ନିଆଁ ଲାଗି ବହୁ ଗଛ ପୋଡିଯାଇଛି।   ସ୍ଥାନୀୟ ଗ୍ରାମବାସୀ, ବନବିଭାଗ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାୟ ଆଠ ଏକରୁ ଅଧିକ ସ୍ଥାନ ପୋଡ଼ିଯାଇଛି।

ମଧ୍ୟାହ୍ନରେ ମିତ୍ରଭାନୁ ବନରେ କେହି ଜଣେ ନିଆଁ ଲଗାଇ ଦେଇଥିଲା। ବନ ଭିତରେ ଗତ ଶରତ ଋତୁରେ ପ୍ରବଳ ମାତ୍ରାରେ  କାଶୀ ଫୁଲ ଫୁଟିଥିଲା।  ସେହି ସବୁ କାଶୀ ଶୁଖି ଯାଇ ରହିଥିଲା। ସେଥିରେ ନିଆଁ ଲାଗିଲା ମାତ୍ରେ ତୀବ୍ର ଭାବେ ନିଆଁ ଜଳିଥିଲା। ଖରାର ପ୍ରଖର ଯେତେ ବଢ଼ୁଥାଏ ନିଆଁ ପ୍ରଖର ମଧ୍ୟ ତୀବ୍ରତର ହୋଇ ଆଠରୁ ଦଶ ଫୁଟ ଉଚ୍ଚତାରେ ନିଆଁ ଜଳିଥିଲା।

ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ ନାକେଦମ୍ ହେବା ସଂଗେ ସ୍ଥାନୀୟ ଗ୍ରାମବାସୀ ସଦର ଅଗ୍ନିଶମ ବିଭାଗର ମିଳିତ ସହଯୋଗରେ ଆଠ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ପ୍ରାୟ ପାଞ୍ଚ ହଜାରରୁ ଅଧିକ ସଂଖ୍ୟାରେ ଗଛକୁ ନିଆଁ ବାଜିଛି । ଗଛ ଗୁଡ଼ିକ ପ୍ରାୟ ପାଞ୍ଚ ବର୍ଷରୁ ଅଧିକ ହୋଇଥିବାରୁ ଘାସ ନିଆଁ ଦ୍ଵାରା ଗଛ ଗୁଡ଼ିକ ବେଶୀ ମାତ୍ରାରେ ପ୍ରଭାବିତ ହୋଇନଥିବ  ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.