ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ

Published By : Harapriya Sethi | October 4, 2024 8:37 AM

ସୁନ୍ଦରଗଡ,୦୪/୧୦: ଘରେ ପଶି ଏକ ବୋଲେରୋ ଏବଂ ପିକ୍ଅପ୍ ଗାଡିରେ ଗାଡିରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଗାଡ଼ି ଦୁଇଟି ସମ୍ପୂର୍ଣ୍ଣ ଭାବରେ ପୋଡି ଯାଇଛି । ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଗୁଲୁଠା ଗ୍ରାମର ଲୋକଚରଣ ରୋହିଦାସଙ୍କ ଘରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଗୁରୁବାର ବିଳମ୍ୱିତ ରାତିରେ ଅଘଟଣ । ଗୁଲୁଠା ଗ୍ରାମର ଲୋକଚରଣ ରୋହିଦାସଙ୍କ ଘରେ ପଶି ଦୁଇଟି ଗାଡ଼ିରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଘରର ଗ୍ୟାରେଜ୍‌ରେ ଥିବା ଏକ ବୋଲେରୋ ଏବଂ ପିକ୍ଅପ୍ ଗାଡିରେ ନିଆଁ ଲାଗିବା ଫଳରେ ଗାଡି ଦ୍ୱୟ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଯାଇଛି । ଏହା ଦେଖି ତୁରନ୍ତ ଲୋକଚରଣ ଭଷ୍ମା ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଣକୁ ଅଟକ ରଖି ପଚରାଉଚରା କରୁଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.