ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଫିରିଙ୍ଗିଆ ପୋଲିସର ଗଞ୍ଜେଇ ଗଛ କଟା ଅଭିଯାନ, ୭୧ଲକ୍ଷର ଗଞ୍ଜେଇ ଗଛ କାଟିଲା

Published By : Gurupada Nath | November 15, 2024 8:17 PM

ଫିରିଙ୍ଗିଆ,୧୫/୧୧ : ରାଜ୍ୟ ପୋଲିସ ମୁଖିଆଙ୍କ ନିର୍ଦେଶକ୍ରମେ ଏବଂ କନ୍ଧମାଳ ଜିଲ୍ଲା ଏସପି ହରିଶ ବିଶିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଜାରି ରହିଛି ଅପରେଶନ ନୀଳ ଜହର ବା ଗଞ୍ଜେଇ ଗଛ କଟା ଅଭିଯାନ I ଜିଲ୍ଲାରେ ସବୁବେଳେ ଏହି ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଗୋଛାପଡ଼ା ଓ ଫିରିଙ୍ଗିଆ ଥାନା ତରଫରୁ ଲଗାତର ଭାବେ ଏହି ଅପରେଶନ ନୀଳ ଜହର ଅଭିଯାନ ଜାରି ରଖାଯାଇଥିବାବେଳେ ଶୁକ୍ରବାର ଫିରିଙ୍ଗିଆ ଥାନା ପକ୍ଷରୁ ଏହି ଅଭିଯାନ ତୃତୀୟ ଦିନରେ ପହଁଚିଛି I 

ତୃତୀୟ ଦିନରେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶକ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ ସାହୁଙ୍କ ନେତୃତ୍ୱରେ ଥାନା ଅଧୀନରେ ଥିବା କାଶିନୀପଦର ପଞ୍ଚାୟତର ଭାଲୁର ଗାଁ, ଗୁଡ଼ଗାଁ ଓ ତଳପଡା ଗାଁ ପାଖରେ ଥିବା ଜଙ୍ଗଲ ଜମିମାନଙ୍କରେ ବେଆଇନ ଭାବେ ଚାଷ ହୋଇଥିବା ପ୍ରାୟ ୭୧ଲକ୍ଷ ତାଙ୍କର ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି I ତେବେ ଶୁକ୍ରବାର ଏହି ଅଭିଯାନରେ ଏସଆଇ ଅଜୟ ସାହୁଙ୍କ ସହ ଥାନାରେ କାର୍ଯ୍ୟରତ ସମସ୍ତ ହୋମଗାର୍ଡଙ୍କ ସହ ପ୍ରାୟ ୩୦ଜଣ ଶ୍ରମିକ ନିୟୋଜିତ ହୋଇଥିଲେ I ଏହାସହ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା I ଅନ୍ୟପଟେ ଏହି ଗଞ୍ଜେଇ କଟାକୁ ନେଇ ଥାନାରେ ୨୩୯/୨୪ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.