- ବାଂଲାଦେଶରେ ଜୟ ମହାପାତ୍ର ନାମକ ଜଣେ ହିନ୍ଦୁ ଯୁବକଙ୍କୁ ମାଡ଼ ମାରିବା ପରେ ବିଷ ଦେଇଦେଲେ ଦୁବୃର୍ତ୍ତ।
- ବାଂଲାଦେଶରେ ୧୮ ଦିନରେ ସାତ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି, ଯାହା ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି।
- ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ,୧୦/୦୧: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଜୟ ମହାପାତ୍ର ନାମକ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ମାଡ଼ ମାରିବା ପରେ ବିଷ ପିଆଇ ଦେଇଥିଲେ ଦୁବୃର୍ତ୍ତ। ବାଂଲାଦେଶରେ ହିଂସାତ୍ମକ ପ୍ରତିବାଦ ମଧ୍ୟରେ, ହିନ୍ଦୁମାନଙ୍କ ଉପରେ ଆକ୍ରମଣ ନିରନ୍ତର ଜାରି ରହିଛି। ଗତ ୧୮ ଦିନ ମଧ୍ୟରେ ବାଂଲାଦେଶରେ ସାତ ଜଣ ହିନ୍ଦୁ ପୁରୁଷଙ୍କୁ ହତ୍ୟା କରାଯାଇଛି।
ଜାନୁଆରୀ ୮ ତାରିଖରେ, ସୁନାମଗଞ୍ଜ ଜିଲ୍ଲାର ଦିରାଇ ଉପଜିଲ୍ଲାର ଭାଙ୍ଗଡୋହୋର ଗାଁରେ ଆଉ ଜଣେ ହିନ୍ଦୁ ଯୁବକ ଜୟ ମହାପାତ୍ରୋଙ୍କୁ ହତ୍ୟା କରାଯାଇଥିଲା। ପରିବାର ଅନୁଯାୟୀ, ଜୟଙ୍କୁ ପ୍ରଥମେ ଜଣେ ସ୍ଥାନୀୟ ମୁସଲମାନ ଅମିରୁଲ ଇସଲାମ ପିଟିଥିଲେ ଏବଂ ପରେ ବିଷ ପିଆଇ ଦେଇଥିଲେ। ପରେ ତାଙ୍କୁ ସିଲହଟ ଏମଏଜି ଓସମାନି ମେଡିକାଲ କଲେଜ ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟକୁ ପଠାଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟା ବୃଦ୍ଧି ପୁଣି ଥରେ ସ୍ପଷ୍ଟ କରିଛି ଯେ ଯେତେବେଳେ ସରକାରଙ୍କ ନିୟନ୍ତ୍ରଣ ଦୁର୍ବଳ ହୁଏ ସେତେବେଳେ ହିନ୍ଦୁ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ବୃଦ୍ଧି ପାଏ।
ଅଧିକ ପଢ଼ନ୍ତୁ: ବାଣିଜ୍ୟିକ ଆଲୋଚନା ପାଇଁ ଟ୍ରମ୍ପଙ୍କୁ କୌଣସି ଫୋନ କରିନାହାଁନ୍ତି ପିଏମ ମୋଦୀ, ଆମେରିକାର ମିଛ ଉପରେ ଜବାବ ରଖିଲା ଭାରତ…
କଡ଼ା ଆଭିମୁଖ୍ୟର ରହିଛି ଆବଶ୍ୟକତା:
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, "ଆମେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଉଗ୍ରବାଦୀଙ୍କ ଦ୍ୱାରା ବାରମ୍ବାର ଆକ୍ରମଣର ଏକ ଚିନ୍ତାଜନକ ଧାରା ଦେଖୁଛୁ, ଯେଉଁଥିରେ ସେମାନଙ୍କ ଘର ଏବଂ ବ୍ୟବସାୟ ମଧ୍ୟ ସାମିଲ ଅଛି। ଏପରି ସାମ୍ପ୍ରଦାୟିକ ଘଟଣାଗୁଡ଼ିକର ତୁରନ୍ତ ଏବଂ ଦୃଢ଼ ସମାଧାନ କରିବା ଅତ୍ୟନ୍ତ ଜରୁରୀ। ଆମେ ଏପରି ଘଟଣାଗୁଡ଼ିକୁ ବ୍ୟକ୍ତିଗତ ଶତ୍ରୁତା, ରାଜନୈତିକ ମତଭେଦ କିମ୍ବା ବାହ୍ୟ କାରଣକୁ ଦାୟୀ କରିବାର ଏକ ଚିନ୍ତାଜନକ ଧାରା ଦେଖିଛୁ। ଏପରି ଅବହେଳା ଅପରାଧୀଙ୍କୁ ସାହସ ଯୋଗାଇବା ସହିତ ସଂଖ୍ୟାଲଘୁଙ୍କ ମଧ୍ୟରେ ଭୟ ଏବଂ ଅସୁରକ୍ଷାର ଭାବନାକୁ ଆହୁରି ଗଭୀର କରୁଛି।।"
ସାମ୍ପ୍ରଦାୟିକ ହିଂସାର ୫୧ ଟି ମାମଲା ପଞ୍ଜିକୃତ:
ବାଂଲାଦେଶ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ ୟୁନିଟି କାଉନସିଲ (BHBCUC) କେବଳ ଗତ ମାସରେ ୫୧ଟି ସାମ୍ପ୍ରଦାୟିକ ହିଂସା ଘଟଣା ରେକର୍ଡ କରିଛି। ଏଥିରେ ୧୦ଟି ହତ୍ୟା, ୧୦ଟି ଚୋରି ଓ ଡକାୟତି ମାମଲା ଏବଂ ଘର, ବ୍ୟବସାୟ ଏବଂ ମନ୍ଦିର ଦଖଲ, ଲୁଟପାଟ ଏବଂ ପୋଡ଼ାଜଳା ଭଳି ୨୩ଟି ଘଟଣା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଜାନୁଆରୀରେ ଆଉ ଚାରି ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି, ଯାହା ଡିସେମ୍ବର ପରଠାରୁ ମୋଟ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି କରିଛି।
ପ୍ରମେୟର ପ୍ରମୁଖ ଖବର: ମାଦୁରୋଙ୍କ ପରେ ଏବେ ଗିରଫ ହେବେ କି ପୁଟିନ ? ସାମ୍ୱାଦିକଙ୍କ ପ୍ରଶ୍ନର ଏଭଳି ଉତ୍ତର ଦେଲେ ଟ୍ରମ୍ପ