ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆମେରିକାରେ ଓଡି଼ଆଙ୍କ ପ୍ରଥମ ଦୁର୍ଗାପୂଜା, ବିମାନରେ କୋଲକାତାରୁ ଯାଇଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି

Published By : Rasmita Pradhan | October 12, 2024 9:36 AM

ଭଦ୍ରକ, ୧୨/୧୦ : ଆମେରିକାରେ ଓଡ଼ିଆମାନେ ପାଳୁଛନ୍ତି ଦୁର୍ଗାପୂଜା। ପ୍ରବାସୀ ଓଡ଼ିଆ ମା’ଙ୍କ ଏହି ପୂଜା ଦାୟିତ୍ୱରେ ଲାଗି ପଡ଼ିଛନ୍ତି। ପ୍ରଥମଥର ପାଇଁ ଏହି ପୂଜା ଆୟୋଜିତ ହେଉଛି । ଓଡ଼ିଶା ଢାଞ୍ଚାରେ ଆମେରିକାର ଟେକ୍ସାସ ରାଜ୍ୟର ଡାଲାସ ସିଟିରେ ମା’ଙ୍କ ପୂଜା ଆୟୋଜନ ହେଉଛି। କୋଲକାତାରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବିମାନ ଯୋଗେ ଯାଇ ଡାଲାସରେ ପହଞ୍ଚିଛି। ବହ୍ମପୁରର ପ୍ରସିଦ୍ଧ ଖଣ୍ଡୁଆ ପାଟ ବି ଯାଇଛି । ପୂଜା ସାମଗ୍ରୀ ଧୂପ, ଦୀପ ଓ ନୈବେଦ୍ୟ ବି ଓଡ଼ିଶାରୁ ଯାଇଥିବା ଜଣାପଡ଼ିଛି।  

ଆମେରିକାର ଟେକ୍ସାସ ସହରରେ ୨.୫ ଲକ୍ଷ ଭାରତୀୟ ରହିଛନ୍ତି । ଓଡ଼ିଶାରୁ ୧୪ ଶହରୁ ଅଧିକ ପରିବାର ସେଠାରେ ବସବାସ କରୁଛନ୍ତି। ସବୁ ଓଡ଼ିଆ ପର୍ବପର୍ବାଣି ଓ ପୂଜା ସେଠାରେ ପାଳନ ହୁଏ। ଏଥର ମା’ ଦୁର୍ଗତୀନାଶିନୀଙ୍କ ପୂଜା କରିଛନ୍ତି। ଷଷ୍ଠୀରୁ ମା’ଙ୍କ ପୂଜା ରୀତିନୀତି ଅନୁଯାୟୀ କରାଯାଉଛି। ଡାଲାସରେ ରହୁଥିବା ଭଦ୍ରକ ବ୍ଲକ ଏରେଁଇ ପଞ୍ଚାୟତର ଇତିଶ୍ରୀ ଦିକ୍ଷୀତ ଆମ ପ୍ରତିନିଧିଙ୍କୁ କହିଛନ୍ତି ଏଥର ପୂଜା ପାଇଁ ୭୦ ହଜାର ଡଲାର ବଜେଟ ରହିଛି। କୋଲକାତାରୁ ଏକ ମାସ ପୂର୍ବରୁ ମା’ଙ୍କ ମୂର୍ତ୍ତି ଆସି ସାରିଛି। ଗଞ୍ଜାମରୁ ଖଣ୍ଡୁଆ ପାଟ ସହ କାହାଳୀ, ଶଙ୍ଖ, ତୋରଣ ଆଦି ଆସୁଥିବା ସେ ପ୍ରକାଶ କରିଛନ୍ତି। କଟକ ଅଞ୍ଚଳରୁ ରହୁଥିବା ସୌମେଶ କହିଛନ୍ତି, ୫ ଦିନ ଧରି ପୁରା ଓଡ଼ିଆ ରୀତି ନୀତିରେ ପୂଜା ପାଠ ହେବ। ପ୍ରତି ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ସହ ଜଗନ୍ନାଥଙ୍କ ଭଜନ ସମାରୋହ କରାଯିବ। ଏଥର ସବୁ ପ୍ରବାସୀ ଓଡ଼ିଶାବାସୀଙ୍କ ମିଳିତ ସହଯୋଗରେ ପୂଜା ହେଉଛି। ସ୍ଥାନୀୟ ଅଞ୍ଚଳରେ ଏକ ପ୍ୟାଲେସ ବୁକ୍‌ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.