ନୂଆଦିଲ୍ଲୀ,୫।୬: ଭାରତରେ ତିଆରି ହେବ ରାଫେଲ ଫାଇଟର ଜେଟର ବଡି ପାର୍ଟସ୍। ଏନେଇ ଟାଟା ଗ୍ରୁପ୍ ସହ ଡିଲ୍ କରିଛି ଡାସଲ୍ଟ ଆଭିଏସନ୍। ବଡ଼ି ପାର୍ଟସ୍ ନିର୍ମାଣ ପାଇଁ ହୋଇଛି ୪ ପ୍ରଡକ୍ସନ ଟ୍ରାନ୍ସଫର ଏଗ୍ରିମେଣ୍ଟ। ଏହି ଚୁକ୍ତି ଦେଶର ଏରୋସ୍ପେସ୍ ବିନିର୍ମାଣ କ୍ଷମତାକୁ ମଜବୁତ କରିବା ଓ ଗ୍ଲୋବାଲ ସପ୍ଲାଇ ଚେନ୍କୁ ମଜବୁତ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ।
ଫାଇଟର ଜେଟ୍ ରାଫେଲ ତିଆରି କରୁଥିବା କମ୍ପାନୀ ଡାସଲ୍ଟ ଆଭିଏସନ୍ ଭାରତର ଟାଟା ଗ୍ରୁପ ସହ କରିଛି ବଡ ଡିଲ୍। ଏବେ ଟାଟା ଗ୍ରୁପ୍ ସହ ମିଶି ଫାଇଟର ପ୍ଲେନ୍ ରାଫେଲର ଫ୍ୟୁଜଲେଜ୍ ଭାରତରେ ତିଆରି ହେବ। ଏଥିପାଇଁ ଡାସଲ୍ଟ ଆଭିଏସନ୍ ଓ ଟାଟା ଗ୍ରୁପ୍ ଏକ ଡିଲ୍ ସାଇନ୍ କରିଛନ୍ତି। ଏହି ସୁବିଧା ଭାରତର ଏୟାରସ୍ପେସ୍ର ମୌଳିକ ଢାଞ୍ଚାରେ ଏକ ଗୁରୁତ୍ବପୂର୍ଣ୍ଣ ନିବେଶକୁ ପ୍ରୋତ୍ସାହନ ଦେବ। ଏହି ପଦକ୍ଷେପ ଭାରତରେ ସାମରିକ ଓ ସେନା ବିମାନ ନିର୍ମାଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ମନେକରାଯିବ। ଏଠାରେ ରାଫେଲ ଫାଇଟ ଜେଟ୍ର ଗୁରୁତ୍ବପୂର୍ଣ୍ଣ ଅଂଶ ନିର୍ମାଣ କରାଯିବ। ତା ଭିତରେ ବିମାନର ଫ୍ୟୁଜଲେଜ୍, ପଛର ପୁରା ଭାଗ, ସେଣ୍ଟ୍ରାଲ ଫ୍ୟୁଜଲେଜ୍ ଓ ଆଗ ଭାଗର ଅଂଶ ରହିଛି। କୁହାଯାଉଛି ଯେ, ଏହି ପ୍ରଡକ୍ସନ ପ୍ଲାଣ୍ଟ ୨୦୨୮ ପର୍ଯ୍ୟନ୍ତ ରାଫେଲର ଫ୍ୟୁଜଲେଜ ଆସେମ୍ବଲ ଲାଇନ୍ରୁ ବାହାରିବ ବୋଲି ବିଶ୍ବାସ ରହିଛି। ଯେତେବେଳେ ପ୍ୟାକ୍ଟ୍ରି ସମ୍ପୂର୍ଣ୍ଣ ଭାବରେ ତିଆରି ହୋଇଯିବ ସେଠାରୁ ପ୍ରତି ମାସ ୨ଟି ଫ୍ୟୁଜଲେଜ୍ ତିଆରି ହେବ।
ଡାସଲ୍ଟ ଆଭିଏସନ୍ର ଚେୟାରମ୍ୟାନ୍ ଓ ସିଇଓ କହିଛନ୍ତି, ପ୍ରଥମ ଥର ରାଫେଲର ଫ୍ୟୁଜଲେଜର ଉତ୍ପାଦନ ଫ୍ରାନ୍ସ ବାହାରକୁ କରାଯିବ। ଏହା ଭାରତରେ ଆମର ପ୍ରଥମ ସପ୍ଲାଇ ଚେନ୍କୁ ମଜବୁତ କରିବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ହୋଇପାରେ। ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ୍ ( TASL) ସହ ଆମର ଡିଲ୍ ହୋଇଛି। ଏହି ସପ୍ଲାଇ ଚେନ୍ ରାଫେଲର ସଫଳ ନିର୍ମାଣରେ ଯୋଗଦାନ କରିବ। TASL ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ପ୍ରବନ୍ଧ ନିର୍ଦେଶକ ସୁକରନ୍ ସିଂହ କହିଛନ୍ତି, ଏହା ପାର୍ଟନରସିପ୍ ଭାରତର ଏରୋସ୍ପେସ୍ ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଭାରତରେ ସମ୍ପୂର୍ଣ୍ଣ ରାଫେଲ ଫ୍ୟୁଜଲେଜ୍ର ଉତ୍ପାଦନ ଟାଟା ଆଡଭାନ୍ସଡ ସିଷ୍ଟମର କ୍ଷମତାରେ ବଢୁଥିବା ଭରସା ଓ ଡାସଲ୍ଟ ଆଭିଏସନ୍ ସହ ଆମର ସହଯୋଗର ଶକ୍ତିକୁ ରେଖାଙ୍କିତ କରୁଛି।