ନୂଆଦିଲ୍ଲୀ,୧୧।୯:  ଭାରତୀୟ ନୌସେନାକୁ ମିଳିବ ଆହୁରି ଅଧିକ ବଳ। ଟାଟାର ଆଡଭାନ୍ସ ସିଷ୍ଟମ୍ ଲିମିଟେଡ୍‌ (ଟିଏଏସ୍ଏଲ୍) ସ୍ପେନର ଡିଫେନ୍ସ କମ୍ପାନୀ ଇନ୍ଦ୍ରା ସହ ମିଶି ପାଇଁ ପ୍ରଥମ  3D-ASR-ଲାଞ୍ଜା-ଏନ୍‌  ସର୍ଭିଲାନ୍ସ ରାଡାର  ତିଆରି କରିଛି। ଏହି ରାଡାର ଏବେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ଲଗାଯାଇଛି। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ବଡ଼ ପଦକ୍ଷେପ। ଏହା ଡ୍ରୋନ୍, ସୁପରସୋନିକ୍, ଫାଇଟର ଜେଟ୍, ଆଣ୍ଟି ରେଡିଏସନ୍‌ ମିସାଇଲ ଏବଂ ନୌସେନା ପ୍ଲାଟଫର୍ମକୁ ଧରିପାରିବ।। ଏହା ଖରାପ ପାଣିପାଗରେ ମଧ୍ୟ କାମ କରିଥାଏ। ଆକାଶ ମାର୍ଗରେ ବି ଶତ୍ରୁକୁ  ଟାର୍ଗେଟ କରିପାରିବ ଟାର୍ଗେଟ।

ଲାଞ୍ଜା-ଏନ୍‌ ଇନ୍ଦ୍ରାର ଲାଞ୍ଜା 3D ରାଡାର ନୌସେନା ସଂସ୍କରଣ, ଯାହାକି ଦୁନିଆର ସବୁଠାରୁ ଆଡଭାନ୍ସ ଲଙ୍ଗ-ରେଞ୍ଜ ଡିଫେନ୍ସ ଓ ଆଣ୍ଟି ମିସାଇଲ ରାଡାର ମଧ୍ୟରୁ ଅନ୍ୟତମ। TASL ପ୍ରଥମ ଭାରତୀୟ କମ୍ପାନୀ ହୋଇଛି ଯିଏକି ଆଡଭାନ୍ସଡ୍ ନୌସେନା 3D ଏୟାର ସର୍ଭିଲାନ୍ସ ରାଡାର ନିର୍ମାଣ କରିଛି। ଏହି ସଫଳତାକୁ ଭାରତର ପ୍ରତିରକ୍ଷା ଆତ୍ମନିର୍ଭରଶୀଳତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଉଛି। ଏହି ସିଷ୍ଟମକୁ ସ୍ଥାନୀୟ ସ୍ତରରେ ଏକତ୍ରିତ ଏବଂ ସଂଯୁକ୍ତ କରାଯାଇଛି।

ଏହି ରାଡାର 3D ରେ ଆକାଶମାର୍ଗ ଏବଂ ସ୍ଥଳଭାଗରେ ଥିବା ଲକ୍ଷ୍ୟସ୍ଥଳକୁ ଟ୍ରାକ୍ କରେ। ଏହାର ରେଞ୍ଜ ୨୫୪ ନଟିକାଲ୍ ମାଇଲ୍ (ପ୍ରାୟ ୪୭୦ କିଲୋମିଟର)। ଏହା ପ୍ରଥମ ଥର ଯେତେବେଳେ ଲାଞ୍ଜା-ଏନ୍‌ ରାଡାର ସ୍ପେନ ବାହାରେ କାମ କରିବ। ଇନ୍ଦ୍ରା ଏହାକୁ ଭାରତୀୟ ମହାସାଗରର ଆଦ୍ର ଓ ଗରମ ପରିବେଶ ଉପଯୋଗୀ ରହିଛି। ରାଡାରକୁ ଯୁଦ୍ଧପୋତର ସବୁ ସିଷ୍ଟମ ସହ ଯୋଡା ଯାଇଛି।ଏହି ଉପଲବ୍ଧି ଟାଟା ଆଡଭାନ୍ସ ସିଷ୍ଟମ ଓ ଇନ୍ଦ୍ରା ଭିତରେ ୨୦୨୦ ରେ ହୋଇଥିବା ଚୁକ୍ତିର ଫଳାଫଳ। ବୁଝାମଣାରେ ୨୩ ରାଡାରର ଡେଲିଭରିର ନିୟମ ରହିଛି, ଯେଉଁଥିରୁ ତିନୋଟି ଇନ୍ଦ୍ରାରୁ ଆସିବ। ବାକି ୨୦ଟି ଟାଟା ଭାରତରେ ଆସେମ୍ବଲ କରିବ। ଟାଟା କର୍ଣ୍ଣାଟକରେ ଏକ ରାଡାର ଆସେମ୍ବଲି, ଇଣ୍ଟିଗ୍ରେସନ୍‌ ଓ ଟେଷ୍ଟିଂ ଫାସିଲିଟି ତିଆରି କରିଛି, ଯିଏକି ଡେଲିଭରି ଆହୁରି ଜୋରଦାର ଗତିରେ କରିବ।