ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନ, ଏହି ଫିଲ୍ମରେ ଆସିବେ ନଜର...

Published By : Anindita Ratha | February 2, 2025 9:26 AM

ନୂଆଦିଲ୍ଲୀ,୦୨/୦୨: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନ।  ସେ ଖୁବଶୀଘ୍ର ବଲିଉଡରେ କରିବାକୁ ଯାଉଛନ୍ତି ଡେବ୍ୟୁ। ଆଉ ବର୍ତ୍ତମାନ ତାଙ୍କ ଫିଲ୍ମର ଘୋଷଣା ହୋଇଛି ଟାଇଟାଲ । ତେବେ ଫିଲ୍ମର ପୋଷ୍ଟର ସେୟାର କରି ଫିଲ୍ମର ନାମ  'ନାଦାନିଆଁ' ଘୋଷଣା ହୋଇଛି । ଯେଉଁଥିରେ ଇବ୍ରାହିମ ଏବଂ ଖୁସୀ କପୁରଙ୍କ ଯୋଡ଼ି ଦେଖିବାକୁ ମିଳିବ ।

କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରରେ ଇବ୍ରାହିମ ଏବଂ ଖୁସୀଙ୍କ ଚମତ୍କାର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ପୋଷ୍ଟରକୁ ସେୟାର କରି କରଣ କ୍ୟାପସନରେ ଲେଖିଛନ୍ତି, "ପ୍ରତ୍ୟେକ ପ୍ରେମ କାହାଣୀରେ ଟିକେ ନିର୍ଦ୍ଦୋଶତା ଥାଏ । ଇବ୍ରାହିମ୍ ଅଲି ଖାନ ଏବଂ ଖୁସି କପୁର ସ୍କ୍ରିନରେ ଦେଖିବାକୁ ପ୍ରସ୍ତୁତ ହୁଅନ୍ତୁ। Netflixରେ ତାଙ୍କ ଫିଲ୍ମ 'ନାଦାନିଆଁ'  ରିଲିଜ ହେବ ।"

ଏହି ଫିଲ୍ମ ସହ ଇବ୍ରାହିମ ବଲିଉଡରେ ଡେବ୍ୟୁ କରୁଥିବା ବେଳେ ପ୍ରଥମ ଥର ପାଇଁ ଖୁସୀ ଏବଂ ତାଙ୍କ ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ମିଳିବ । ଶୌନା ଗୌତମ ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି । ଏହି ଫିଲ୍ମଟି କରଣ ଜୋହର, ଅପୂର୍ବ ମେହେତା ଏବଂ ସୋମେନ ମିଶ୍ରଙ୍କ ଦ୍ୱାରା ପ୍ରଯୋଜିତ । ଏହି ଫିଲ୍ମଟି OTTର ପ୍ଲାଟଫର୍ମ Netflixରେ ମୁକ୍ତିଲାଭ କରିବ । ହେଲେ ବର୍ତ୍ତମାନ ଯାଏଁ ଫିଲ୍ମ ରିଲିଜକୁ ନେଇ କୌଣସି ତାରିଖ ଘୋଷଣା ହୋଇନି। ଫିଲ୍ମରେ ଖୁସୀ ଓ ଇବ୍ରାହିମଙ୍କ ସମେତ ସୁନୀଲ ସେଟ୍ଟୀ, ଦିୟା ମିର୍ଜା, ଜୁଗଲ ହଂସରାଜ ଏବଂ ମହିମା ଚୌଧୁରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମ  'ନାଦାନିଆଁ'ର କାହାଣୀ ଏକ ଲଭଷ୍ଟୋରୀ ଫିଲ୍ମ । ପିୟା ସାଉଥ ଦିଲ୍ଲୀର ଜଣେ ସ୍ୱାଧୀନ ମନୋଭାବର ଝିଅ ହୋଇଥିବା ବେଳେ ଯେତେବେଳେ ଅର୍ଜୁନ ନୋଏଡାର ଏକ ମଧ୍ୟବିତ୍ତ ପରିବାରର ଅଟନ୍ତି । ଯେତେବେଳେ ଉଭୟଙ୍କ ବିଚାରାଧାରା ଭିନ୍ନ ଭିନ୍ନ ଥିବା ବେଳେ ପରସ୍ପର ସହ ମୁହାଁମୁହିଁ ହୁଅନ୍ତି, ସେମାନେ ନିଜର ଏକ ଯାତ୍ରା ଆରମ୍ଭ କରନ୍ତି । 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.