ନୂଆଦିଲ୍ଲୀ ୦୨/୦୧: ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ଫିଲ୍ମ ‘ସ୍ପିରିଟ୍’ର ଫାର୍ଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଫିଲ୍ମର ଏହି ଅଫିସିଆଲ ପୋଷ୍ଟରରେ ଅଭିନେତା ପ୍ରଭାସ ଏବଂ ତୃପ୍ତି ଡିମରୀଙ୍କ ଲୁକ୍ ଦର୍ଶକଙ୍କୁ ଦେଖାଯାଇଛି । ଉଭୟଙ୍କୁ ଏହି ପୋଷ୍ଟରରେ ବେଶ୍ ଇନ୍‌ଟେନ୍ସ ବା ଗଭୀର ଲୁକ୍‌ରେ ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ପୋଷ୍ଟର ସେୟାର କରି ପ୍ରଶଂସକଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ପୋଷ୍ଟର କ୍ୟାପ୍ସନରେ ଲେଖିଛନ୍ତି, ‘ଭାରତୀୟ ସିନେମା..ନିଜ ଅଜନୁବାହୁ/ଅଜନୁବହୁଙ୍କୁ ଦେଖ’ ।

ଫିଲ୍ମର ଅନ୍ୟ ନିର୍ମାତାମାନେ ମଧ୍ୟ ସ୍ପିରିଟ ପୋଷ୍ଟରକୁ ସେୟାର କରି ‘ଆସନ୍ତୁ ନୂଆ ବର୍ଷର ସ୍ୱାଗତ ଜୋଶ୍ ଭରା ସ୍ପିରିଟ୍ ପୋଷ୍ଟର ସହ କରିବା । ଆପଣମାନେ ପୂର୍ବରୁ ହିଁ ରହିଥିବା ଜିନିଷକୁ ପସନ୍ଦ କରିଛନ୍ତି । ଏବେ ସେହି ଜିନିଷକୁ ଭଲ ପାଇବା ଯାହାର ଅସ୍ତିତ୍ୱ ବାବଦରେ ଆପଣ କେବେ ଜାଣିନାହାନ୍ତି’ ବୋଲି ଲେଖିଛନ୍ତି । ପୋଷ୍ଟରରେ ପ୍ରଭାସ ଏବଂ ତୃପ୍ତି ଏକ ଝରକା ପାଖରେ ଛିଡ଼ା ହୋଇଥିବା ଦେଖାଯାଇଛି । ଲମ୍ବା କେଶ, ଦାଢ଼ି, ନିଶ ସହ ପ୍ରଭାସ ବିନା ସାର୍ଟରେ ଅଛନ୍ତି । ତାଙ୍କ ଶରୀରରେ ଖଣ୍ଡିଆ ଉପରେ ପଟି ଲଗାଯାଇଛି । ହାତରେ ମଦ ଏବଂ ପାଟିରେ ସିଗାରେଟ୍ ଧରିଛନ୍ତି । ସେହିପରି ତୃପ୍ତି ଏକ ହାଲୁକା ଗ୍ରେ ରଙ୍ଗର ଶାଢ଼ିରେ ପ୍ରଭାସଙ୍କ ପାଖରେ ଛିଡ଼ାହୋଇଛନ୍ତି । ସେ ପ୍ରଭାସଙ୍କ ସିଗାରେଟ୍‌ରେ ନିଆଁ ଲଗାଉଛନ୍ତି ।

 

 
 
 
 
 
 
 
 
 
 
 
 
 
 
 

A post shared by Prabhas (@actorprabhas)

ଫିଲ୍ମରେ ସନ୍ଦୀପ ପ୍ରଥମେ ଦୀପିକା ପାଦୁକୋନଙ୍କୁ ନେବାକୁ ଚାହୁଁଥିଲେ । କିନ୍ତୁ ୨୦୨୪ ସେପ୍ଟେମ୍ବରରେ ଦୀପିକା ମା’ ହେବା ପରେ ଦୀପିକା ୮ ଘଣ୍ଟିଆ ସିଫ୍ଟ କରିପାରିବେ ବୋଲି କହିଥିଲେ । ଏଥିସହ ସେ ସପ୍ତାହରେ ୫ ଦିନ କାମ କରି ଅଧିକ ଫି’ ଦାବି କରିଥିବା ମଧ୍ୟ ଜଣାପଡ଼ିଥିଲା । ଦୀପିକାଙ୍କ ଏହି ସବୁ ଦାବିରେ ସନ୍ଦୀପ ରେଡ୍ଡୀ ଖୁସି ନ ଥିଲେ । ପରେ ଦୀପିକାଙ୍କୁ ସେ ଫିଲ୍ମରୁ ବାହାର କରି ତୃପ୍ତିଙ୍କୁ ନେଇଥିଲେ ।