ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ଆଜି ପ୍ରଥମ ‘ମଗଜି’ ଦିବସ, ମାନ୍ୟତାରେ ଅଟକିଛି... ପ୍ରସାର ଲୋଡ଼ୁଛି

Published By : Prameya | January 14, 2025 10:21 AM

ଢେଙ୍କାନାଳ, ୧୪/୦୧ : ମଇଁଷି କ୍ଷୀର ଛେନାରେ ପ୍ରସ୍ତୁତ ସ୍ୱାଦିଷ୍ଟ ମିଠା ‘ମଗଜି’ । ଏହି ମିଠା ଭୌଗାଳିକ ମାନ୍ୟତା (ଜିଆଇ- ଜିଓଗ୍ରାଫିକାଲ ଇଣ୍ଡିକେସନ) ପାଇ ଢେଙ୍କାନାଳ ପାଇଁ ଗୌରବ ଆଣିଛି । ଜିଆଇ ଟ୍ୟାଗ୍‌ ପାଇବା ପରେ ମଗଜିର ଚାହିଦା ବଢ଼ିଛି । ତେବେ ଜିଆଇ ଟ୍ୟାଗ୍‌ ପାଇବାକୁ ବର୍ଷେ ପୁରିଥିବା ବେଳେ ଏହାର ପ୍ରଚାରପ୍ରସାର ହେଉନାହିଁ । ମାନ୍ୟତାରେ ହିଁ ଅଟକି ଯାଇଛି ‘ମଗଜି’ । 

ଆଜି ମକର ସଂକ୍ରାନ୍ତିରେ ମଗଜି ଦିବସ ପାଳନ କରିବାକୁ ଢେଙ୍କାନାଳବାସୀ ଆଗେଇ ଆସିଥିବାରୁ ପ୍ରସାର ଦିଗରେ ଆଶା ସଞ୍ଚାର ହୋଇଛି । ମଇଁଷି କ୍ଷୀର ଛେନାରୁ ପ୍ରସ୍ତୁତ ‘ମଗଜି’ ଲଡ଼ୁ ପାଇଁ ଗଁଦିଆ ବ୍ଲକ୍‌ର ଷଡ଼ଙ୍ଗୀ, ମନ୍ଦାର, ବିଧାରପୁର ଓ ଦେଓଗାଁ ଆଦି ପ୍ରସିଦ୍ଧିଲାଭ କରିଛି । ଭୌଗଳିକ ଦୃଷ୍ଟିରୁ ଏହା ସ୍ୱତନ୍ତ୍ର ହୋଇଥିବାରୁ ‘ମଗଜି’କୁ ଜିଆଇ ଟ୍ୟାଗ୍‌ ମିଳିଛି । ୨୦୨୪ ଜାନୁଆରୀ ୩ ତାରିଖରେ ଜିଆଇ ଟ୍ୟାଗ୍‌ ମିଳିଥିବା ନେଇ ଘୋଷଣା ହୋଇଥିଲା । ପରେ ପ୍ରମାଣପତ୍ର ମିଳିଥିଲା । ଏହାକୁ ନେଇ ଢେଙ୍କାନାଳବାସୀ ବେଶ୍‌ ଖୁସି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଖୁସି ମନାଇଥିଲା । ଏହାପରେ ଢେଙ୍କାନାଳ ସହରରେ ପ୍ରାୟ ୧୦ଟି ଦୋକାନରେ ‘ମଗଜି’ ମିଳିଥିଲା । 

ଅଧିକ ପଢନ୍ତୁ-ବାଘମାରୀ ଅଟ୍ରିରେ ଜମୁଛି ମକର ମେଳା, ମାନସିକ କୁଣ୍ଡରେ ଗୁଆ ଖୋଜିଲେ ମାନସିକଧାରୀ

ସେତିକିରେ ହିଁ ଅଟକି ଯାଇଛି ‘ମଗଜି’ । ବର୍ଷଟିଏ ବିତିଥିଲେ ବି ଏହାର ପ୍ରସାର ଓ ମାନ ରକ୍ଷା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଜିଆଇ ମାନ୍ୟତା ମିଳିବା ପରେ ଯେଉଁ ମିଠା ଦୋକାନୀ ଏହାକୁ ପ୍ରସ୍ତୁତ କରି ବିକ୍ରି କରିବାକୁ ଚାହିଁବେ, ସେମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ସ୍ୱତନ୍ତ୍ର କମିଟିରେ ଆବେଦନ କରିବେ । ଆବେଦନକାରୀଙ୍କୁ ମଧ୍ୟ ଏକ ପଞ୍ଜିକରଣ ନମ୍ବର ମିଳିବ । ପଞ୍ଜିକୃତ ଦୋକାନୀମାନେ ହିଁ ‘ମଗଜି’ ବିକ୍ରି କରିପାରିବେ । ଯାହାଫଳରେ ‘ମଗଜି’ର ମାନ ସଠିକ୍‌ ରହିପାରିବ । ଯାହା ଅଧିକ ଗ୍ରହଣୀୟ ହେବ । ହେଲେ ତାହା କରାଯାଉନାହିଁ । ଜିଲ୍ଲା ବାହାରେ ଆୟୋଜନ ହେଉଥିବା ବିଭିନ୍ନ ମେଳା ମହୋତ୍ସବରେ କିପରି ‘ମଗଜି’ ମିଳିପାରିବ ସେଦିଗରେ ମଧ୍ୟ ଓରମାସ୍‌ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ଯାହାଦ୍ୱାରା ‘ମଗଜି’ର ପ୍ରଚାର, ପ୍ରସାର ହୋଇପାରୁନଥିବା ବେଳେ ସଠିକ୍‌ ମାନ ମଧ୍ୟ ରହୁନାହିଁ । ଏଦିଗରେ ପ୍ରଶାସନ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି । 


ମଙ୍ଗଳବାର ଗୋପବନ୍ଧୁ ଟାଉନ ହଲ୍‌ଠାରେ ସନ୍ଧ୍ୟା ପ୍ରାୟ ୫ଟାରେ ‘ମଗଜି’ ଦିବସ ପାଳନ ହେବାକୁ ଯାଉଛି । ଜିଲ୍ଲା ମିଠା ଦୋକାନୀ ସଂଘ ଓ ଢେଙ୍କାନାଳବାସୀଙ୍କ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଏଦିଗରେ ଆଲୋଚନା ସହ ପଦକ୍ଷେପ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଛି ।  ସୂଚନାଯୋଗ୍ୟ, ଗଁଦିଆ ବ୍ଲକ୍‌ ଦେଇ ବ୍ରହ୍ମଣୀ ନଦୀ ବୋହି ଯାଇଥିବାରୁ ଲୋକେ ମଇଁଷି ପାଳନ କରନ୍ତି । ମଇଁଷି କ୍ଷୀରରୁ "ମଗଜି' ତିଆରି ହୁଏ । ଶ୍ରୀ ଚୈତନ୍ୟ ମହାପ୍ରଭୁ କିଛି ଦିନ କପିଳାସ ଆଶ୍ରମରେ ଅବସ୍ଥାନ କରିବା ବେଳେ ଶ୍ରୀଧର ସ୍ୱାମୀ ତାଙ୍କୁ "ମଗଜି' ଖାଇବାକୁ ଦେଇଥିବା ଶୁଣାଯାଏ । ଏଣୁ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଜିଲ୍ଲା ମିଠା ଦୋକାନୀ ସଂଘ ପକ୍ଷରୁ ‘ମଗଜି’କୁ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରାଯାଇଥିଲା । ସମସ୍ତ ପ୍ରକାର ନିରୀକ୍ଷଣ, ମାନ ନିରୂପଣ ପରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ୨୦୨୪ ଜାନୁୟାରୀ ୩ ତାରିଖରେ ‘ମଗଜି’କୁ ଜିଆଇ ଟ୍ୟାଗ୍‌ ଦେଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.