- ବୁଧବାର ଠାରୁ ବଜେଟ୍ ଅଧିବେଶନ ଆରମ୍ଭ
- ମନରେଗା –SIRକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ
- ଆଜି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନ ବୁଧବାର ଆରମ୍ଭ ହେଉଛି, ଏଥିରେ ଖୁବ୍ ହଙ୍ଗାମା ହେବାର ଆଶଙ୍କା କରାଯାଉଛି। କଂଗ୍ରେସ ଓ ଆଉ କିଛି ବିରୋଧୀ ଦଳ ମଙ୍ଗଳବାର କହିଛନ୍ତି ଯେ, ମନରେଗା, ମୋଦି ସରକାରଙ୍କ ବୈଦେଶିକ ନୀତି , ଆମେରକୀୟ ଶୁଳ୍କ, ଡଲାରର ତୁଳନାରେ ଟଙ୍କାର ଦାମ୍ରେ ହ୍ରାସ, ବାୟୁ ପ୍ରଦୂଷଣ ଓ ଜନହିତକୁ ନେଇ ଆହୁରି ଅନେକ ବିଷୟକୁ ପ୍ରସଙ୍ଗ କରାଯିବ। କୁହାଯାଉଛି ବିରୋଧୀ ଏସଆଇଆରକୁ ନେଇ ଆହୁରି ଆଲୋଚନା କରିବାକୁ ଚାହୁଁଛନ୍ତି। ସରକାରଙ୍କ ପକ୍ଷରୁ ଆଜି ( ମଙ୍ଗଳବାର) ଡ଼କା ଯାଇଥିବା ସର୍ବଦଳୀୟ ବୈଠକରେ ବଜେଟ୍ ଅଧିବେଶନକୁ ନେଇ ଆଲୋଚନା କରାଯାଇଛି, ହେଲେ କଂଗ୍ରେସ ଏହାକୁ ନେଇ ବିରୋଧ କରିଛି ଯେ, ସରକାର କୌଣସି ବିଧାନସଭା ଏଜେଣ୍ଡା ସାମ୍ନାରେ ରଖି ନାହାନ୍ତି।
ସରକାରଙ୍କ କହିବା ହେଲା ଯେ, ଏଜେଣ୍ଡା ପରେ ଦିଆଯିବ, କାରଣ ଅଧିବେଶନର ପ୍ରଥମ ଭାଗ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଦିଆଯିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଓ କେନ୍ଦ୍ର ବଜେଟ୍ ଉପରେ ଆଲୋଚନା ନେଇ କେନ୍ଦ୍ରିତ ହେବ। ରାଜ୍ୟସଭାରେ କଂଗ୍ରେସର ଉପ ନେତା ପ୍ରମୋଦ ତିୱାର ଏହି ଅଭିଯୋଗ ମଧ୍ୟ କରିଛନ୍ତି ଯେ, ସରକାର ସମ୍ୱିଧାନରୁ ମିଳୁଥିବା ଅଧିକାରୀ ଗୁଡ଼ିକୁ ବନ୍ଦ କରୁଛନ୍ତି ଏବଂ ସମ୍ୱିଧାନିକ ସଂସ୍ଥା ଗୁଡ଼ିକୁ ଦୁର୍ବଳ କରୁଛନ୍ତି। ସେ କହିଛନ୍ତି – ବିରୋଧୀ ବୈଦେଶିତ ନୀତିର ବିଷୟକୁ ମଧ୍ୟ ଉଠାଇଛନ୍ତି। ଆମର ବୈଦେଶିକ ନୀତି କେଉଁଠି ପହଞ୍ଚିଛି ? କେହି ଆମ ସହ ଠିଆ ହୋଇ ନାହାନ୍ତି। ଆମକୁ ଏହା ମଧ୍ୟ ଜଣାନାହିଁ ଯେ, କାହା ସହ ଚାଲିବୁ ,କିଏ ଆମ ସାଥିରେ ଚାଲିବ।
ଏହାସହ ମଧ୍ୟ ପଢନ୍ତୁ : ତୃତୀୟ ଧାଡିରେ ବସି ପରେଡ ଦେଖିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଂସଦ କହିଲେ ...
ପ୍ରମୋଦ ତିୱାରୀଙ୍କ କହିବାର ଥିଲା ଯେ, ସରକାରଙ୍କ ଆର୍ଥିକ ନୀତିର କଥା ଯଦି କହିବା ତ ଟଙ୍କା ସବୁଠୁ ନିମ୍ନସ୍ତରରେ ପହଞ୍ଚି ଯାଇଛି। ସେ କହିଥିଲେ – ଆମେରିକା ପକ୍ଷରୁ ଲଗାତାର ଟାରିଫ (ଶୁଳ୍କ) ଜାରି ରହିଛି ଏବଂ ରୁଷୀୟ ତୈଳ (କ୍ରୟ)ର ପ୍ରସଙ୍ଗ ମଧ୍ୟ ଅଛି। ଦିଲ୍ଲୀ ଓ ଅନ୍ୟ ସ୍ଥାନରେ ଆମେ ବାୟୁ ପ୍ରଦୂଷଣର ଯେଉଁ ଭୟଙ୍କର ରୂପ ଦେଖିଛୁ , ଏହାକୁ ଦେଖି ମଧ୍ୟ ଆମେ ଏହି ପ୍ରସଙ୍ଗ ଉଠାଇବୁ ...ଆମେ ଇନ୍ଦୋରରେ ଦୂଷିତ ଜଳରେ ହୋଇଥିବା ମୃତ୍ୟୁର ପ୍ରସଙ୍ଗକୁ ମଧ୍ୟ ଜୋର ଦେବୁ।
ସର୍ବଦଳୀୟ ବୈଠକ ପରେ କଂଗ୍ରେସ ନେତା କଣ କହିଲେ –
କଂଗ୍ରେସ ନେତା କହିଲେ ମନରେଗାର ପ୍ରସଙ୍ଗ ମଧ୍ୟ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ , କାରଣ ଏହି ଯୋଜନାର ସ୍ଥାନରେ ନୂଆ ଆଇନ ଆଣି , କେବଳ ଏହା ନାମରୁ ମହାତ୍ମା ଗାନ୍ଧୀଙ୍କ ନାଁ ହଟା ଯାଇନାହିଁ, ଏହାସହ ଗ୍ରାମୀଣ କ୍ଷେତ୍ରରେ ରୋଜଗାର ବନ୍ଦ କରାଯାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ବ୍ୟତୀତ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତାର ପୁନଃସ୍ଥାପନ, ଭୋଟ ଚୋରି ଓ ବେକାରୀ ପ୍ରସଙ୍ଗକୁ ମଧ୍ୟ ଏହି ଅଧିବେଶନରେ ଉଠାଯିବ।