ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ହାଇଦ୍ରାବାଦ ଚିଡ଼ିଆଖାନା-ନନ୍ଦନକାନନ ଜନ୍ତୁ ଅଦଳବଳ: ପ୍ରଥମ ପର୍ଯ୍ୟାୟରେ ଆସିଲେ୧୦ ପ୍ରଜାତିର ୨୬ ଜୀବଜନ୍ତୁ

Published By : Prameya | November 26, 2024 10:27 AM

ବାରଙ୍ଗ,୨୬/୧୧: କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ  ଓ ନେହରୁ ପ୍ରାଣୀଉଦ୍ୟାନ ହାଇଦ୍ରାବାଦ  ସହିତ ଜନ୍ତୁ ଅଦଳବଦଳ ପ୍ରକ୍ରିୟା  ଆରମ୍ଭ ହୋଇଛି । ସୋମବାର  ନେହରୁ ପ୍ରାଣୀ ଉଦ୍ୟାନରୁ ଏକ ୧୭  ଜଣିଆଦଳ ପ୍ରଥମ ପର୍ଯ୍ୟାୟରେ ୧୦  ପ୍ରଜାତିର ୨୬ ଜୀବଜନ୍ତୁ ନେଇ ପ୍ରାଣୀ  ଉଦ୍ୟାନ ନନ୍ଦନକାନନରେ ପହଞ୍ଚିଛନ୍ତି ।  

ଜୀବଜନ୍ତୁଙ୍କ ମଧ୍ୟରେ ରହିଛି ୨ଟି ସାରସ ପକ୍ଷୀ, ୨ଟି ଚାମୁଚ ଥଣ୍ଡିଆ ବଗ, ୨ଟି ଧୂସର ଜଙ୍ଗଲି  କୁକୁଡ଼ା, ଦୁଇଟି ମାଈ ଆମେରିକା ଏଣ୍ଡୁଅ, ୪ଟି  ବାରବେରୀ କପୋତ, ୪ଟି କୁଜି ହରିଣ,  ହଳେ ଗୁରାଣ୍ଡି, ହଳେ ନାଲିବୋଡ଼ା, ହଳେ ବାଲି  ବୋଡ଼ା, ୨ଟି ଅଣ୍ଡିରା ବନେଟ ମାଙ୍କଡ଼ ୨ଟି ଚନ୍ଦନ  ବୋଡ଼ା । ପ୍ରାଣୀ ଚିକିତ୍ସକ ସ୍ୱାସ୍ଥ୍ୟ ପରୀକ୍ଷା କରିବା  ପରେ ନନ୍ଦନକାନନର ନୂଆ କ୍ୱାରେଣ୍ଟାଇନ  ସେଣ୍ଟରରେ ଏମାନଙ୍କୁ ରଖାଯାଇଛି । ପ୍ରାୟ ୧ ମାସ ଏଠାରେ ରହିବା ପରେ ସମସ୍ତଙ୍କୁ  ଖୁଆଡ଼ରେ ଛଡ଼ାଯିବ । ଜନ୍ତୁ ଅଦଳବଦଳ  ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀଉଦ୍ୟାନରୁ  ହାଇଦ୍ରାବାଦ ଚିଡ଼ିଆଖାନାକୁ ମଙ୍ଗଳବାର  ୪ ପ୍ରଜାତିର ୧୩ ଜୀବଜନ୍ତୁ ପଠାଯିବ । 

ଏଥିରେ ରହିଛି ଗୋଟିଏ ଅଣ୍ଡିରା  ଓ ଦୁଇଟି ମାଈ ସିଆମିଜ କୁମ୍ଭୀର,  ୪ଟି ସୁନେଲି ଫିଜାଣ୍ଟ, ୨ଟି ଲେଡ଼ି  ଆମରସେଟ ଫିଜାଣ୍ଟ, ୨ଟି କୁଜି ହରିଣ  ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ  ଉପନିର୍ଦ୍ଦେଶକ ସନଥକୁମାର  ନାରୟଣ । ଦ୍ୱିତୀୟ ପର୍ଯ୍ୟାୟ ଜନ୍ତୁ ଅଦଳ  ବଦଳ ପ୍ରକ୍ରିୟାରେ ୨ ବନେଟ ମାଙ୍କଡ଼  ଆସିବ । ଦୁଇ ହଳ ଗେଣ୍ଡାଳିଆ, ୪ ଆସାମୀ  ମାଙ୍କଡ଼ ଦିଆଯିବ ବୋଲି ନନ୍ଦନକାନନ  ପ୍ରାଣୀଉଦ୍ୟାନ ସୂତ୍ରରୁ ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.