ନୂଆଦିଲ୍ଲୀ ୨୫/୦୧: ସଲମାନ୍ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ବ୍ୟାଟଲ ଅଫ୍ ଗଲୱାନ୍’ର ନିର୍ମାତାମାନେ ଟିଜର ପରେ ଏବେ ଫିଲ୍ମର ପ୍ରଥମ ଗୀତ ‘ମାତୃଭୂମି’କୁ ଜାରି କରିଛନ୍ତି । ୨.୨୪ ମିନିଟ୍ ଅବଧିର ଏହି ଦେଶାତ୍ମବୋଧକ ଗୀତକୁ ଅରିଜିତ୍ ସିଂହ ଏବଂ ଶ୍ରେୟା ଘୋଷାଲ ଗାଇଛନ୍ତି । ଏହା ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି । ଗୀତରେ ଭାରତୀୟ ସେନା ଅଧିକାରୀ ଭାବେ ସଲମାନ୍ ଖାନ୍‌ଙ୍କ ବ୍ୟକ୍ତିଗତ ଜୀବନ ଏବଂ ଦେଶଲାଗି ତାଙ୍କ କର୍ତ୍ତବ୍ୟକୁ ଦେଖିବାକୁ ମିଳୁଛି ।

​​​​​​​

ଆହୁରି ପଢନ୍ତୁ...‘ବର୍ଡର-୨’ରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି, ସନ୍ନି ଦେଓଲ କହିଲେ...

ସଲମାନ୍‌ଙ୍କ ବିପକ୍ଷରେ ଚିତ୍ରାଙ୍ଗଦା ସିଂହ ନାୟିକା ସାଜିଛନ୍ତି । ‘ବ୍ୟାଟଲ ଅଫ୍ ଗଲୱାନ୍’ର କାହାଣୀ ୨୦୨୦ ମସିହାରେ ଭାରତ ଏବଂ ଚୀନ୍‌ର ସୈନିକଙ୍କ ମଧ୍ୟରେ ଗଲୱାନ୍ ଘାଟିରେ ହୋଇଥିବା ସଂଘର୍ଷ ଉପରେ ଆଧାରିତ । ସେହି ସଂଘର୍ଷ ସମୟରେ ୨୦୦ ଭାରତୀୟ ସୈନିକ ଚୀନ୍‌ର ୧୨୦୦ ସୈନିକଙ୍କର ସାହସିକତାର ସହ ମୁକାବିଲା କରିଥିଲେ । ସଲମାନଙ୍କୁ ଫିଲ୍ମରେ କର୍ନେଲ ବି.ସନ୍ତୋଷ ବାବୁଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଅପୂର୍ବ ଲାଖିୟା ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ସଲମାନ୍ ଖାନ୍ ପ୍ରଯୋଜନାରେ ଅଛନ୍ତି । ଚଳିତବର୍ଷ ଏପ୍ରିଲ ୧୭ ତାରିଖରେ ଫିଲ୍ମଟି ରିଲିଜ୍ ହେବ ।