କଟକ,୦୩/୧୦: ବାଲିଯାତ୍ରାରେ ପ୍ରଥମ ଥର ପାଇଁ  ଅନ୍‌ଲାଇନ୍‌ରେ ପ୍ଲଟ୍‌ ପଞ୍ଜିକରଣ ହୋଇପାରିବ । ଏଥିପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ‘ୱେବ୍‌ ବେସଡ୍‌ ଆପ୍ଲିକେସନ୍‌’ ପ୍ରସ୍ତୁତ  କରାଯାଉଛି । ୱେବ୍‌ ପୋର୍ଟାଲରେ ଯଦି କେହି  ଚାହିଁବେ ପ୍ଲଟ୍‌ ପଞ୍ଜିକରଣ କରିପାରିବେ ।  ତେବେ ଏଥିସହ ଅଫ୍‌ଲାଇନ୍‌ରେ ମଧ୍ୟ  ପ୍ଲଟ୍‌ ପଞ୍ଜିକରଣ କରିବାର ସୁବିଧା ମିଳିବ  ବୋଲି କଟକ ଜିଲ୍ଲା ସଂସ୍କୃତି ଅଧିକାରୀ  ନଳିନୀକାନ୍ତ ସାହୁ ସୂଚନା ଦେଇଛନ୍ତି ।  

ବାଲିଯାତ୍ରା ପଡ଼ିଆରେ ପ୍ଲଟ୍‌ ପଞ୍ଜିକରଣ କରିବାକୁ ହେଲେ ପୂର୍ବରୁ  କେବଳ ଅଫ୍‌ଲାଇନ୍‌ରେ କରିବାକୁ ପଡ଼ୁଥିଲା । କିନ୍ତୁ ଚଳିତବର୍ଷ  ଏଥିରେ ଏକ ପରିବର୍ତ୍ତନ କରାଯାଇଛି । ଆଗ୍ରହୀ ବ୍ୟକ୍ତି ଅଫ୍‌ଲାଇନ୍‌  ସହ ଅନ୍‌ଲାଇନ୍‌ରେ ମଧ୍ୟ ପ୍ଲଟ୍‌ ପଞ୍ଜିକରଣ କରିପାରିବେ । ଯେଉଁ  ପ୍ଲଟ୍‌ ଉପରେ ଏକାଧିକ ଲୋକ ନିଜ ନାମ ପଞ୍ଜିକରଣ କରିବେ  ଉକ୍ତ ପ୍ଲଟ୍‌ର ନିଲାମ ଡକାଯିବ । ଯଦି କୌଣସି ପ୍ଲଟ୍‌କୁ କେହି  ପଞ୍ଜିକରଣ କରିବେ ନାହିଁ ଉକ୍ତ ପ୍ଲଟ୍‌ର ପଞ୍ଜିକରଣ ପାଇଁ ପୁନର୍ବାର  ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।