ମାଲକାନଗିରି, ୧୬/୧୦(ରତ୍ନାକର ଦାଶ ): ଡକ୍ଟରେଟ୍ ଉପାଧିରେ ପ୍ରଥମଥର ପାଇଁ ସମ୍ମାନିତ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ଆଦିମ ଦିଦାୟୀ ଜନଜାତିର ଯୁବକ ଜ୍ୟୋତି ରଞ୍ଜନ ଗୁଡ଼ିଆ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ରାସବେଢା ପଞ୍ଚାୟତ ବଣଜଙ୍ଗଲଘେରା ଦୁର୍ଗମ ମୁଦୁଲିଗୁଡା ଗ୍ରାମର ଜ୍ୟୋତିରଞ୍ଜନ ଗୁଡ଼ିଆ ଜଣେ ଗରିବ ମେଧାବୀ ଆଦିମ ଦିଦାୟୀ ଜନଜାତିର ଯୁବକ। ବାପା ବୁଦା ଗୁଡ଼ିଆ ଓ ମା ରାଧା ଗୁଡ଼ିଆ ଚାଷ ଓ ପର ଘରେ ମୂ ମଜୁରୀ ଲାଗି ପରିବାର ଚଳାନ୍ତି। ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଜ୍ୟୋତିରଞ୍ଜନ ମନ ଲଗାଇ ପାଠ ପଢି ଚାଲନ୍ତି ।  ଅବସର ସମୟରେ ଭଲ ଭଲ ଚିତ୍ର ଆଙ୍କି କିଛି ଟଙ୍କା ରୋଜଗାର କରି ପରିବାରକୁ ସହାଯ୍ୟ କରନ୍ତି ଜ୍ୟୋତି ରଞ୍ଜନ ଗୁଡ଼ିଆ ।

htgh​​​​​​​

ପିଲାଟି ବେଳୁ ପିତାମାତାଙ୍କ ସଂଘର୍ଷମୟ ଜୀବନ ଦେଖି ପାଠ ପଢି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସବୁବେଳେ ଚେଷ୍ଟା କରିଥିଲେ ଏହି ଦିଦାୟୀ ଆଦିବାସୀ ଯୁବକ । ସେ କୁଡୁମୁଲୁଗୁମ୍ମାରେ ପ୍ରାଥମିକ ପାଠ ପଢା ସାରି ସେହି ଗ୍ରାମର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇଲେ । ଏହାରି ଭିତରେ ଅଭାବ ଅନାଟନ ମଧ୍ୟରେ ପାଠ ପଢିବା ବହୁତ କଷ୍ଟକର ହେଉଥିଲା

7i789i​​​​​​​

ହେଲେ ତୁଳସୀ ଦୁଇପତ୍ରରୁ ବସିଲା ପରି ତାଙ୍କ ଗୁଣ ଓ ମେଧାବୀ ଜ୍ଞାନର ବାସ୍ନାରେ ଚତୁର୍ଦ୍ଦିଗ ମହକି ଉଠିଥିଲା ସେ ଅଷ୍ଟମରୁ ୧୦ମ ପ୍ରାଥମିକ ବିଦ୍ୟାଳୟର ମହେଶ୍ଵର ମହାରଣା ସାର୍‌ଙ୍କ ନିକଟରେ ରହି ତିନି ବର୍ଷ ମାଧ୍ୟମିକ ଶିକ୍ଷା ଲାଭ କଲେ । ସେହି ସମୟରେ ସାର୍‌ ଜ୍ୟୋତି ରଞ୍ଜନଙ୍କର ବିଚକ୍ଷଣ ଚିତ୍ରକଳା ଦେଖି ତାଙ୍କ ଚିତ୍ର କଳା କିପରି ଆଗକୁ ଆହୁରି ଉନ୍ନତି ହେବ ସେଥିପାଇଁ ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ହୋଇ ବିଭିନ୍ନ ପ୍ରକାରର ଚିତ୍ର କାମ ସବୁ ଯୋଗାଡ କରି ଦେଉଥିଲେ । ୨୦୧୨ ମସିହାରେ କୁଡୁମୁଳୁଗୁମା ହାଇସ୍କୁଲରେ ଦଶମ ଶ୍ରେଣୀରେ ତୀର୍ଣ୍ଣ ହୋଇ ମାଲକାନଗିରି ଜିଲ୍ଲାରୁ ଭୁବନେଶ୍ଵର ଯାଇ ପଢିବାର ସୁଯୋଗ  ପାଇଥିଲେ । ସେହି ଦିନଠାରୁ ସେ କେବେ ପଛକୁ ଫେରି ନାହାନ୍ତି । ସେ ଚିତ୍ର କଳାରେ ଯେମିତି ଆଗରେ ଥିଲେ, ପାଠ ପଢାରେ ମଧ୍ୟ ଠିକ୍ ସେମିତି ଆଗୁଆ । ଭୁବନେଶ୍ୱର ସ୍ଥିତ କିସ୍ ଅନୁଷ୍ଠାରେ ସେ +୨ କଳା, +୩ ରାଜନୀତି ବିଜ୍ଞାନ, ପିଜି, ଏମଫିଲ ଓ ତାପରେ ପିଏଚଡି ପଢି ଦିଦାୟୀ ଜନଜାତିର ପ୍ରଥମ ଡକ୍ଟରେଟ୍ ହେବାର ଶୋଭାଗ୍ୟ ପାଇଲେ ।

gjyhjyhjyh​​​​​​​

ସେ ତାଙ୍କ ଥେସିସରେ ‘Continuity and Changes of Traditional Political System of Didayi Tribe in Odisha: A Case Study of Malkangiri District’ ବିଷୟରେ ଲେଖିଛନ୍ତି । ଜଣେ ଆଦିମ ଦିଦାୟୀ ଜନଜାତିର ଗରିବ ଯୁବକ ଡକ୍ଟରେଟ ପାଇବା ଖବର ପାଇ ତାଙ୍କ ଜନ୍ମ ମାଟି ରାସବେଢ଼ା ପଞ୍ଚାୟତ ମୁଦୁଲିଗୁଡା ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଆନନ୍ଦିତ ହୋଇ ଗ୍ରାମବାସୀମାନେ ନିଜର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ଆରମ୍ଭ କରିଦେଇଛନ୍ତି। ଏହି ଖବର ପାଇ ଜିଲ୍ଲା ବାସୀଙ୍କ ପକ୍ଷରୁ ପ୍ରଶଂସାର ସୁଅ ତାଙ୍କ ନିକଟକୁ ଛୁଟୁଛି ଓ ତାଙ୍କର ଉନ୍ନତି ସହ ସଫଳତା କାମନା କରିଛନ୍ତି ଜିଲ୍ଲାବାସୀ।