ସାଲେପୁର, ୦୨/୧୧ : ମାଛ ଧରୁଥିବା ବେଳେ କେନାଲରେ ଭାସିଗଲେ ଯୁବକ। ନିଖୋଜ ଯୁବକ ଜଣଙ୍କ ସାଲେପୁର ବ୍ଲକ ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତର ଧକା ସାମଲ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାନୁଯାୟୀ, ଧକା ସାମଲ ଶନିବାର ସକାଳୁ ପଟ୍ଟାମୁଣ୍ଡାଇ କେନାଲର ରାମେଶ୍ୱର ଲକ୍ ନିକଟରେ ଜାଲ ନେଇ ମାଛ ଧରୁଥିଲେ। ଏହି ସମୟରେ ସେ କେନାଲରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ହେବ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଯୁବକଙ୍କ ପତ୍ତା ମିଳିନାହିଁ।