ଛତ୍ରପୁର, ୨୫।୭ : ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ବ୍ୟାପକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନ ର ବେଗ ମଧ୍ୟ୍ୟ ଅଧିକ ରହିବ ଫଳରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ୨୫ ରୁ ୨୭ ତିନି ଦିନ ପ୍ରଯ୍ୟନ୍ତ ସମୁଦ୍ର ନ ଯିବାକୁ ବାରଣ କରାଯାଇଛି। ଏସଆରସିଙ୍କ ନିର୍ଦେଶ କ୍ରମେ ଗଞ୍ଜାମ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ସାଗର ମିତ୍ର ମାନଙ୍କ ଜରିଆରେ ମତ୍ସ୍ୟଜୀବୀ ମାନଙ୍କୁ ସଚେତନତା କରାଯାଉଛି ।ମାଇକ ଯୋଗେ ସଚେତନତା କରାଯାଉଛି ।

ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମାଛ ଧରିବାକୁ ଯିବାକୁ ବାରଣ କରିବା ସହ ଯେଉଁ ମାନେ ସମୁଦ୍ର ଭିତରକୁ ଯାଇଛନ୍ତି ଫେରି ଆସିବାକୁ ସାଗର ମିତ୍ର ଜରିଆରେ କୁହାଯାଇଛି । ସମୁଦ୍ର ଅଶାନ୍ତ ରହିବା ସହ ବଡ଼ ବଡ଼ ଲହଡ଼ି ଆସିବ । ଗଞ୍ଜାମ ଜିଲ୍ଲା ରେ ୨୭ ଖଣ୍ଡ ମତ୍ସ୍ୟଜୀବି ଗାଁ ରହିଛି । ପାତି ସୋନପୁର ଠାରୁ ପ୍ରୟାଗି ପ୍ରଯ୍ୟନ୍ତ ଦୈନିକ ସେମାନଙ୍କ ଜୀବିକା କହିଲେ ସମୁଦ୍ର କୁ ମାଛ ଧରିବା ପାଇଁ ଯାଇଥାନ୍ତି ।

ଆହୁରି ପଢନ୍ତୁ : ମାଲକାନଗିରି ଓରାପଦର ଜଙ୍ଗଲରୁ ମିଳିଲା ମାଓ ଡମ୍ପ