ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ନୌସେନା ଜାହଜରେ ପିଟି ହେଲା ମାଛଧରା ବୋଟ୍, ୨ ନିଖୋଜ

ନୂଆଦିଲ୍ଲୀ,୨୨/୧୧: ମଝି ସମୁଦ୍ରରେ ଘଟିଲା ବଡ ଅଘଟଣ । ଭାରତୀୟ ନୌସେନା ଜାହାଜରେ ପିଟି ହେଲା ମାଛଧରା ବୋଟ୍ । ଗୋଆ କୋଷ୍ଟରେ ଏହି ଭୟଙ୍କର ଅଘଟଣ ଘଟିଛି । ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ୧୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆଉ ୨ଜଣ ନିଖୋଜ ଅଛନ୍ତି ।

ଗୋଆ ସମୁଦ୍ର କୂଳରୁ ୭୦କିମି ସମୁଦ୍ର ମଝିରେ ଗତକାଲି (ଗୁରୁବାର) ଏହି ଭୟଙ୍କର ଅଘଟଣ ଘଟିଛି । ଗୋଆର ଉତ୍ତର ପଶ୍ଚିମ ସମୁଦ୍ରରେ ଭାରତୀୟ ନୌସେନାର ପନଣ୍ଡୁବୀ ଜାହାଜ ଯାଉଥିଲା । ସେହି ସମୟରେ ସମୁଦ୍ରରେ ଏକ ମାଛଧରା ବୋଟ୍ ସହ ଜାହାଜଟି ପିଟି ହୋଇଯାଇଥିଲା । ଫଳରେ ବୋଟଟି ଛିନଛତ୍ର ହୋଇଯାଇଥିଲା । ସମୁଦ୍ର ଅକାତକାତ ପାଣିରେ ବୁଡି ଯାଇଥିବା ବୋଟ୍ । ଘଟଣାର ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୩ ଜଣ ପାଣିରେ ଖସି ପଡିଥିଲେ । ୧୧ ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ୨ ଜଣ ନିଖୋଜ ଅଛନ୍ତି ।

ନୌସେନା ଅଧିକାରୀଙ୍କ ସୂଚନା ଅନୁସାରେ, ନୌସେନାର ଏହି ଦୁର୍ଘଟଣାର କାରଣ ଜଣାପଡିନାହିଁ । ନିଖୋଜ ମାଛଧରାଳୀଙ୍କୁ ଖୋଜିବା ପାଇଁ ଭାରତୀୟ ତଟରକ୍ଷୀ ବଳ ନିୟୋଜିତ ହୋଇଛନ୍ତି । ଏମଆରସିସି ମୁମ୍ବାଇ ସହ ଯୋଗାଯୋଗ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.