ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଓଡ଼ିଶାରୁ ୫ ନୂଆ ସହରକୁ ଉଡ଼ିବ ବିମାନ, ନୂଆ ନିବେଶ ପାଇଁ ଖୋଲିବ ଦ୍ଵାର

Published By : Rasmita Pradhan | November 22, 2024 8:44 AM

ଭୁବନେଶ୍ଵର, ୨୨/୧୧ : ଓଡ଼ିଶାରୁ ନୂଆ ନୂଆ ଗନ୍ତବ୍ୟ ସ୍ଥଳକୁ ଉଡ଼ିବ ବିମାନ। ଦେଶ ବିଦେଶର ପ୍ରମୁଖ ସହର ସହ ଯୋଡ଼ି ହେବ ଓଡ଼ିଶା। ନୂଆ ବଜାର, ନୂଆ ନିବେଶ ପାଇଁ ଖୋଲିବ ଦ୍ଵାର। ନୂଆ ଉଡ଼ାଣରେ ଆଗକୁ ଉଡ଼ି ଚାଲିବ ବିକଶିତ ଓଡ଼ିଶାର ସ୍ଵପ୍ନ। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନକୁ ଚଳାଚଳ କରିବ ବିମାନ। ନୂଆବର୍ଷରୁ ହେବ ଏହାର ଶୁଭାରମ୍ଭ। ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି। 

ଜାନୁଆରୀରୁ ଦେଶ ବିଦେଶର ପ୍ରମୁଖ ସହରକୁ ଓଡ଼ିଶାରୁ ସିଧାସଳଖ ଉଡ଼ିବ ବିମାନ। ଭୁବନେଶ୍ୱର ଏବଂ ଝାରସୁଗୁଡ଼ାରୁ ନୂଆ ସହରକୁ ଯୋଡ଼ି ହେବ ବିମାନ ସେବା। ନୂଆ ଗନ୍ତବ୍ୟ ସ୍ଥଳକୁ ବିମାନ ସେବା ସଂଯୋଗୀକରଣ ପାଇଁ ସ୍ୱତନ୍ତ୍ର ନୀତି ଆଣିଛି ରାଜ୍ୟ ପରିବହନ ବିଭାଗ। ଯେଉଁ ଡୋମେଷ୍ଟିକ୍ ରୁଟ୍‌ରେ ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ରାଉରକେଲା, ଉତ୍‌କେଲା ବିମାନବନ୍ଦରରୁ ଏଯାବତ୍‌ ବିମାନ ସେବା ଆରମ୍ଭ ହୋଇନାହିଁ, ସେଭଳି ରୁଟ୍‌ରେ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ସର୍ବେକ୍ଷଣ କରାଯାଇଛି। ଏଥିରେ ୮ଟି ଘରୋଇ ରୁଟ୍‌ ଓ ୪ଟି ଆନ୍ତର୍ଜାତିକ ଗନ୍ତବ୍ୟ ସ୍ଥଳ ଚିହ୍ନଟ ହୋଇଛି। ଡୋମେଷ୍ଟିକ ରୁଟ୍‌ରେ ଡେରାଡୁନ, ଗୋଆ, ଜମ୍ମୁ, ଜୟପୁର, ସୁରତ, କୋଚି, ଶିରଡି, ଅହମ୍ମଦାବାଦ ସହର ରହିଛି। ଆନ୍ତର୍ଜାତିକ ରୁଟରେ ଆବୁଧାବି, ଓମାନ, ବାହାରେନ, କୁଏତକୁ ବିମାନ ସେବା ଯୋଡ଼ିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନକୁ ବିମାନ ଚଳାଚଳ କରିବ। ଡୋମେଷ୍ଟିକ ବିମାନ ପାଇଁ କେତେକ ଏୟାରଲାଇନ୍ସ ଆଗ୍ରହ ପ୍ରକାଶ କରିଥିବାବେଳେ ନୂଆ ଆନ୍ତର୍ଜାତିକ ରୁଟ୍ ପାଇଁ କେହି ଆଗ୍ରହ ଦେଖାଇନାହାନ୍ତି। ତେବେ ନୂଆ ସହରକୁ ବିମାନ ସେବା ଆରମ୍ଭ ହେଲେ ନିବେଶ ପାଇଁ ଦ୍ୱାର ଖୋଲିବ। ନୂଆ ଉଡ଼ାଣରେ ବିକଶିତ ଓଡ଼ିଶାର ସ୍ୱପ୍ନ ଆଗକୁ ଆଗକୁ ଉଡ଼ି ଚାଲିବ ବୋଲି ରାଜ୍ୟ ପରିବହନ ବିଭାଗ ଅଧିକାରୀଙ୍କ କହିଛନ୍ତି।


 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.