ବ୍ରହ୍ମଗିରି, ୦୧/୦୧ : ମଝି ଚିଲିକାରେ ଅଟକିଲା ଭସାପୋଲ। ଘନ କୁହୁଡ଼ି ଯୋଗୁଁ ଚିଲିକାରେ ୩୦ ମିନିଟ୍ ପାଇଁ ଏକ ଭସାପୋଲ ଅଟକି ରହିଥିଲା। ଯାହାଫଳରେ କିଛି ସମୟ ପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ସୂଚନାନୁଯାୟୀ, ଗୁରୁବାର ସକାଳେ ପ୍ରାୟ ୫୦ ଯାତ୍ରୀ, ଗୋଟିଏ ବସ୍ ଓ ୨ କାର୍ ନେଇ ବ୍ରହ୍ମଗିରିରୁ ଚିଲିକା ଅଭିମୁଖେ ଏକ ଭସାପୋଲ ଯାଉଥିଲା। ଘନ କୁହୁଡ଼ି ଯୋଗୁଁ ଭସାପୋଲଟି ଚ୍ୟାନେଲ ବାହାରକୁ ଚାଲିଯାଇଥିଲା। ଭସାପୋଲଟି ମହିଁସାକୁଦରେ ଅଟକି ଯାଇଥିଲା। ଫଳରେ ଯାତ୍ରୀମାନେ ପ୍ରାୟ ୩୦ ମିନିଟ୍ ଯାଏଁ ଫସି ରହିଥିଲେ। କିଛି ସମୟ ପରେ ଭସାପୋଲଟି ନିଜ ରାସ୍ତା ଅଭିମୁଖେ ବାହାରିଥିଲା।
ସେପଟେ ଭସାପୋଲରେ ଆସୁଥିବା ବେଳେ ଜଣେ ଯାତ୍ରୀ ନିଖୋଜ ଅଛନ୍ତି। ଚିଲିକାରେ ନିଖୋଜଙ୍କୁ ଖୋଜାଖୋଜି ଜାରି ରହିଛି। ତାଙ୍କର ଟୋପି ଓ ଚପଲ ମିଳିଛି। ନିଖୋଜ ଯାତ୍ରୀ ଜଣଙ୍କ ଗଞ୍ଜାମ ଅଞ୍ଚଳର ବୋଲି ଜଣାପଡ଼ିଛି।