ପ୍ରମୂଖ ଖବର
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||

ବୈତରଣୀ ବନ୍ୟା ହଜାଇ ଦେଲାଣି ହସନାବାଦର ହସ; ୩ଥର ପ୍ରାକୃତିକ ବିପର୍ଯ୍ୟୟରେ ବ୍ୟାପକ ନଷ୍ଟ

Published By : Harapriya Sethi | August 25, 2025 2:27 PM

ଭଦ୍ରକ,୨୫/୦୮: ଦାଉ ସାଜିଛି ନଦୀ । ଲଗାଣ ବର୍ଷା ପରେ ନିୟମିତ ଆସୁଛି ବନ୍ୟା । ନଦୀରୁ ଉଛୁଳି ଗାଁ ମୁହାଁ ହେଉଛି ବନ୍ୟା ଜଳ । ଜନ ବସତିରେ ପଶୁଛି, ଘର ଭାଙ୍ଗୁଛି, ଚାଷ ନଷ୍ଟ ହେଉଛି । ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ୩ଥର ବନ୍ୟା ଆସିଥିବାରୁ ଚିନ୍ତାରେ ପଡ଼ିଛନ୍ତି ଧାମନଗର ଅଞ୍ଚଳବାସୀ । ଚାଷ  ଛାରଖାର ହୋଇଛି । ବିଶେଷକରି ହସନାବାଦବାସୀଙ୍କ ହସ ହଜିଯାଇଛି ।

ଅର୍ଜୁନପୁରବାସୀ ଆଉ ଏବର୍ଷ ଚାଷକୁ ଭରସା କରି ନାହାନ୍ତି । ଅମଳ ହେବନି ବୋଲି ଜମିର ସ୍ଥିତି ଦେଖିଲେ ଜଣାପଡୁଛି ବୋଲି ଚାଷୀ ହରିଶଙ୍କର ସାହାଣୀ କହିଛନ୍ତି । କେବଳ ଏହି ଦୁଇ ପଞ୍ଚାୟତ ନୁହଁ, ଏହି ବ୍ଲକର ୧୫ଟି ପଞ୍ଚାୟତ ଅବସ୍ଥା ସାଙ୍ଘାତିକ ହୋଇଛି । ଅଗଷ୍ଟରେ ଦୁଇଥର ବନ୍ୟାଜଳ ଆସିଛି। ଏହି ବନ୍ୟା ପାଣି ପୂରା ଚାଷ ସର୍ବନାଶ କରିଛି । ପରିବା ଚାଷୀଙ୍କ ଅଣ୍ଟା ପୁରା ଦୋହଲି ଯାଇଛି । ବନ୍ୟାର ପ୍ରତିକାର ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । କାହା ଘରେ ଅଣ୍ଟାଏ ପାଣି ତ ଆଉ କାହା ଘରେ ବେକେ  ପାଣି । ତଳ ମହଲା ବୁଡି ଯାଇଛି । ବଡ଼ ଦୟନୀୟ ଅବସ୍ଥାରେ ଅଛନ୍ତି । ଶୋଇଥିବା ବେଳେ ବନ୍ୟା ଜଳ ଆସୁଛି । କଣ୍ଟିଘାଇ, ମଲ୍ଲୀ ମହାରା ସମେତ ଗେଙ୍ଗୁଟି ନଦୀ ବିପଦ ସାଜିଛି । ଆଜି ଜିଲ୍ଲାପାଳ ଜଳବନ୍ଦୀ ଅଞ୍ଚଳ ବୁଲି ରିଲିଫ ଦେଇଛନ୍ତି । ବନ୍ୟା ମୁକାବିଲା ଲାଗି ବ୍ଳକ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ସଜାଗ ଅଛି ବୋଲି ଜରୁରୀ କାଳୀନ ଅଧିକାରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.