ପ୍ରମୂଖ ଖବର
  • ରଥଯାତ୍ରା ପରିଚାଳନା ଭକ୍ତ ଓ ଭଗବାନଙ୍କ ବଦଳରେ ଭିଆଇପି କେନ୍ଦ୍ରୀତ ଥିଲା : ଭକ୍ତ
  • ||
  • ଗଞ୍ଜାମ : ବ୍ରାହ୍ମଣିଆପଲ୍ଲୀ ଗାଁରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଶରଧାବଲି ଘଟଣାରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମୃତ ଭକ୍ତଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି
  • ||
  • ଶରଧାବାଲି ଅଘଟଣରେ ବଡ଼ ଆକ୍ସନ, ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି, ..IAS ଚଞ୍ଚଲ ରଣା ଏବଂ IPS ପିନାକ ମିଶ୍ରକୁ ମିିଳିଲା ଗୁରୁଦାୟିତ୍ବ
  • ||
  • ମୟୂରଭଞ୍ଜ : ମୋରଡାରେ ବନ୍ୟା ପରିସ୍ଥିତି: ପୋଲ ଉପରେ ଚାଲୁଛି ବନ୍ୟାଜଳ
  • ||
  • ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନୀତିଗତ ନିଷ୍ପତ୍ତି, ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ‘ଶିଶୁ ସେବିକା’
  • ||
  • ରାଜଧାନୀରେ ଡେଙ୍ଗୁର କାୟା ବିସ୍ତାର: ୧୦୦ ମୁହାଁ ରୋଗୀ ସଂଖ୍ୟା, ଜୁନ୍‌ରେ ସର୍ବାଧିକ ପଜିଟିଭ
  • ||
  • କେନ୍ଦୁଝର : ପାନ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ତାଲା ଭାଙ୍ଗି ନେଇଗଲେ ଦାମୀ ସାମଗ୍ରୀ
  • ||
  • ଶରଧାବାଲିରେ ତିନି ରଥ, ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତୀ, ଅପରାହ୍ନରେ ଆଡ଼ପ ପହଣ୍ଡି
  • ||
  • କିଏ ହେବେ ରାଜ୍ୟ ବିଜେପି ସଭାପତି ? ଆଜିଠୁ ତିନି ଦିନ ଚାଲିବ ନିର୍ବାଚନ ପ୍ରକ୍ରିୟା, ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ ପର୍ଯ୍ୟବେକ୍ଷକ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା, ଆଜି ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||
  • ରଥଯାତ୍ରାରେ ବିଭ୍ରାଟ; ଶରଧାବାଲିରେ ବଡ଼ ଧରଣର ଠେଲାପେଲା, ୩ ଶ୍ରଦ୍ଧାଳୁ ମୃତ
  • ||

ମୋରଡାରେ ବନ୍ୟା ପରିସ୍ଥିତି: ପୋଲ ଉପରେ ଚାଲୁଛି ବନ୍ୟାଜଳ

Published By : Harapriya Sethi | June 29, 2025 1:08 PM

ମୋରଡ଼ା ୨୯।୬: ଲଘୁଚାପ ଜନିତ ବର୍ଷାରେ ମୟୂରଭଞ୍ଜ ଜିଲ୍ଲା ମୋରଡା ଏବଂ ରାସଗୋବିନ୍ଦପୁର ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇପଡିଛି । ଶନିବାର ରାତି ତମାମ ଅଞ୍ଚଳରେ ବର୍ଷା ହେବା ଫଳରେ ବ୍ଲକ୍‌ର ବାରିପଦା-ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ଜମ୍ଭୀରା ନଦୀର ଶିଳଦା ପୋଲ ଉପରେ ବିପଦ ସଂକେତ ଉପରେ ତଥା ପୋଲ ଉପରେ ୨ ଫୁଟ ଉଚ୍ଚର ବନ୍ୟାଜଳ ପ୍ରଭାବିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଚିତ୍ରଡା ଅଞ୍ଚଳର ଦୀନେଶ ବେହେରାଙ୍କ ଘର ଭିତରେ ୮ ଫୁଟ ଉଚ୍ଚର ପାଣି ପଶିଯିବାରୁ କ୍ଷତିଗ୍ରସ୍ତ ହୋଇଛନ୍ତି ।

ମୋରଡା ବ୍ଲକ ଅନ୍ତର୍ଗତ ବରକନ୍ଦ ପଞ୍ଚାୟତର ଇଟାମୁଣ୍ଡାଇ, ତେନ୍ତୁଳିବାଟି, ମୋରଡା ପଞ୍ଚାୟତର ପାଞ୍ଚଗୁଛିଆ ଗ୍ରାମ ପାଣି ଘେରରେ ଅଛି । ସେହିପରି ବାରିପଦା-ଜଳେଶ୍ଵର ମୁଖ୍ୟ ରାସ୍ତାର ଭରଡାନଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍ ହୋଇଯାଇଛି ।

ସେହିପରି ରାସଗୋବିନ୍ଦପୁର ବ୍ଲକର ସାରମୂଳା ପଞ୍ଚାୟତର ଯୁଡବଡା, ତୋଟାପଡା ପଞ୍ଚାୟତର ମୁରୁଡା ଗ୍ରାମ ପାଣି ଘେରରେ ଥିବା ବେଳେ ସାନମାଣିଦା ପଦ୍ମତୋଳିଆ, ପିଙ୍ଗୁଳି ଗ୍ରାମକୁ ବନ୍ୟାଜଳ ପ୍ରବେଶ କରୁଛି । ତେବେ ପ୍ରଶାସନ ତରଫରୁ ପିଇଓ ପ୍ରସନ୍ନ ମହାନ୍ତ ଦମକଳ ବାହିନୀକୁ ଖବର ଦେବା ସହ ଓଡ୍ରାଫ୍ ଟିମ୍‌କୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଘୋଳମୁହାଁ, ମୋରଡା ଓ ବରକନ୍ଦ ପଞ୍ଚାୟତର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ଶୁଖିଲା ଖାଦ୍ୟ ଯୋଗା ଚାଲିଛି ବୋଲି ଜିପିଓ ସୂଚନା ଦେଇଛ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.